Odisha Link
Bridging the Missing Links in Odisha

ଲାଲଗଡରୁ ପ୍ରେମ ବିବାହ

ଅନୁଗୋଳ: ଲାଲଗଡ଼ରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ବିବାହରେ ପରିଣତ ହୋଇଛି। ଏ ହେଉଛି ଦୁଇ ନକ୍ସଲ କମାଣ୍ଡର ମୁଖ୍ୟ ଛୋଟୁ ଓ ଜଲିଙ୍କ ଜୀବନ କାହାଣୀ। ଝାଡଖଣ୍ଡର ଛୋଟୁ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସଂଗଠନ ପାଇଁ କାମ କରିବା ବେଳେ ଜଲିଙ୍କ ସହ ତାଙ୍କର ଭେଟ ହୋଇଥିଲା। ମାଓ ଶିବିରରେ କାମ କରିବା ବେଳେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ । ଏହି ସମ୍ପର୍କ ଆଗରେ କଣ୍ଟା ସାଜିଥିଲା ମାଓ ସଂଗଠନ। ତେଣୁ ପ୍ରେମକୁ ସଫଳ କରିବା ପାଇଁ ଉଭୟେ ଆତ୍ମସମର୍ପଣ କରି ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

୨୦୧୮ରେ ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିବା ପରେ ଉଭୟଙ୍କୁ ସରକାରୀ ସାହାଯ୍ୟ ମଧ୍ୟ କିଛି ମିଳିଥିଲା। ଆତ୍ମସମର୍ପଣର ଦେଢବର୍ଷ ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁଇ ପକ୍ଷ ପରିବାର ଲୋକଙ୍କ ସହମତିରେ ସ୍ଥାନୀୟ ଚନ୍ଦନେଶ୍ୱର ମନ୍ଦିରରେ ଦେବ ଦେବ ମହାଦବଙ୍କୁ ସାକ୍ଷୀ ରଖି ସମ୍ପନ୍ନ ହୋଇଥିଲା ବାହାଘର। ଦିନେ ମାଓ କମାଣ୍ଡର ଭାବେ ପୋଲିସ ପାଇଁ ସାଜିଥିବା ମୋଷ୍ଟ ଓ୍ୱାଣ୍ଟେଡ ଏବେ ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିବାକୁ ଚାହୁଁଥିବା ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା।

Comments are closed.