Odisha Link
Bridging the Missing Links in Odisha

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଟୋକନ ବ୍ୟବସ୍ଥାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାଜରାସ୍ତାକୁ ଜାମ କରିଦେଇଛନ୍ତି। ସେପଟେ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭାରେ ହଟ୍ଟୋଗଳ କରୁଛନ୍ତି। ଯାହା ଫଳରେ ବିଧାନସଭାରେ ଏବେ ଗୃହ କାର୍ଯ୍ୟ ଠିକଭାବେ ଚାଲିପାରୁନାହିଁ। ଧାନ କିଣାରେ ଟୋକନ ବ୍ୟବସ୍ଥା ରହିବ ବୋଲି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରଦାନ ସ୍ୱାଇଁ କହିଥିବାବେଳେ ଏହାକୁ ପ୍ରତ୍ୟାହାର କରିବା ପାଇଁ ଚାଷୀଙ୍କ ସମେତ କଂଗ୍ରେସ ଓ ବିଜେପି ପକ୍ଷରୁ ଦାବି ହୋଇଆସୁଛି।

ତେବେ ଏହି ଟୋକନ ସମସ୍ୟା ଏବେ ଲୋକସଭାରେ ଉଠିଛି । ଏହାକୁ ଉଠାଇଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।  ଶ୍ରୀ ପୂଜାରୀ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବାକୁ ଦାବି କରିଛନ୍ତି ।  ଟୋକନ  ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ସେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।  ଏଥିସହ ପୁଣି ଫାଷ୍ଟ କମ ଫାଷ୍ଟ ସର୍ଭର୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଶ୍ରୀ ପୂଜାରୀ ଦାବି କରିଛନ୍ତି ।

Comments are closed.