Odisha Link
Bridging the Missing Links in Odisha

ରାଜ୍ୟରେ ଗଡ଼ୁଛି ଲକ୍ଷ ଲକ୍ଷ ପୁରୁଣା ଗାଡ଼ି: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଲକ୍ଷ ଲକ୍ଷ ପୁରୁଣା ଗାଡ଼ି ଗଡୁଛି ରାଜ୍ୟରେ। ନୂଆ ମୋଟର ଯାନ ଆଇନ ଅନୁସାରେ ୧୫ବର୍ଷରୁ ଅଧିକ ସମୟ ଚାଲିଥିବା ଗାଡ଼ିର ଚଳାଚଳକୁ ନିଷେଧ କରାଯାଇଛି। ହେଲେ ପୁରୁଣା ଗାଡ଼ି ରାସ୍ତାରେ ଚଳାଚଳି କରୁଛି। ପୁରୁଣା ଗାଡ଼ି ପ୍ରସଙ୍ଗରେ ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟର ମୋଟର ଗାଡି ସଂଖ୍ୟା ହେଉଛି ୨୨ ଲକ୍ଷ ୯ ହଜାର ୫ ଶହ ୭୩ । ସେଥିମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡି ଚଳାଚଳ କରୁଛି।

ସେହିଭଳି ନୂଆ ପରିବହନ ଆଇନ ଲାଗୁ ହେବା ପରେ ଫାଇନ ଆଦାୟ ହୋଇଛି। ଟିକସ ବଢିଛି ହେଲେ ଜରିମାନା କମିଛି। ସେପେଟମ୍ବର ଓ ଅକ୍ଟୋବର ମାସରେ ୧୩ କୋଟି ୮୫ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଛି। ଗତବର୍ଷ ଏହି ଦୁଇମାସରେ ଆଦାୟ ହୋଇଥିଲା ୨୦ କୋଟି ୬ ଲକ୍ଷ ବୋଲି ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Comments are closed.