Odisha Link
Bridging the Missing Links in Odisha

ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ସମ୍ବଲପୁର: ସମ୍ବଲପୁର ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହୋଷଣା କରାଯାଇଛି। ଚାଷୀ ପ୍ରତିନିଧି ମିଟିଂରେ ଆଲୋଚନା ପରେ ପ୍ରତ୍ୟାହାର ଘୋଷଣା କଲେ ଆବାହାକ ଅଶୋକ ପ୍ରଧାନ। ମନ୍ତ୍ରୀ, ବିଧାୟକଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ମିଟିଂ ବସିଥିଲା। ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ରୋହିତ ପୂଜାରୀ ପ୍ରତିଶ୍ରୁତି ଦେଇଥିଲେ। ଧାନ ସଂଗ୍ରହରେ ଟୋକନକୁ ବିରୋଧ କରି ଆନ୍ଦୋଜନ ଚାଲିଥିଲା।
ସୂଚନା ଅନୁସାରେ ଆନ୍ଦୋଳନରତ ଚାଷୀଙ୍କୁ ମନାଇବା ପାଇଁ ଆନ୍ଦୋଳନ ସ୍ଥଳରେ ପହଁଞ୍ଚିଥିଲେ ଶାସକ ଦଳ ଉପ-ମୁଖ୍ୟସଚେତକ ରୋହୀତ ପୂଜାରୀ। ଆଉ କହିଛନ୍ତି କି, ୩ ରୁ ୪ ଘଣ୍ଟା ମଧ୍ୟରେ ମିଳିବ ଟୋକନ୍।ଚାଷୀଙ୍କ ସମସ୍ୟା ନେଇ ସଚିବ ଓ ମନ୍ତ୍ରୀଙ୍କ ସହ କଥା ହୋଇଛି। ଚାଷୀ ସଂଗଠନ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଖୁବଶୀଘ୍ର ଏନେଇ ବିଚାରବିମର୍ଶ କରାଯିବ। ସେପଟେ ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ବରଗଡରେ ବି ତାତିଛନ୍ତି ଚାଷୀ। ଗୋଡଭଗାରେ ରାସ୍ତା ଉପରକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ ଚାଷୀ। ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀ ସଙ୍ଗଠନ ପ୍ରତିବାଦ କରୁଛନ୍ତି।

Comments are closed.