Odisha Link
Bridging the Missing Links in Odisha

ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଉପରେ ଶିବସେନାର ନଜର!

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ଜୋରଦାର ପ୍ରୟାସ କରୁଛି ଶିବସେନା। ହେଲେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଉପରେ ନଜର ପକାଇଛି ଶିବସେନା। ଆସନ୍ତାକାଲି ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରେ ନହେଇ ପାରେ ବି। ଯଦି ହେଲା ତେବେ ଶିବସେନା ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିଲା ପରେ ପ୍ରଥମେ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ପାଇଁ ପୂର୍ବରୁ ବିଜେପି ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ଯୋଗାଇ ଦେଉଥିବା ଆର୍ଥିକ ସହାୟତାରେ ରୋକ ଲଗାଯିବା ବୋଲି ଜଣାପଡ଼ିଛି।

୩ ଦଳ ମିଳିତ ଭାବେ ଯେଉଁ କମନ ମିନିମମ ପ୍ରୋଗ୍ରାମ(ସିଏମପି) ଉପରେ ଆଲୋଚନା କରି ଏକାଠି ହୋଇଛନ୍ତି, ସେଥିରେ ଏହି ବୁଲେଟ୍‌ ଟ୍ରେନ୍‌ କଥା ମଧ୍ୟ ରହିଛି। ବୁଲେଟ୍‌ ଟ୍ରେନ ବାବଦକୁ ମହାରାଷ୍ଟ୍ର ସରକାର ୨୫% ଅର୍ଥ ସହାୟତା କରୁଥିଲେ। ଶିବସେନା ସରକାର କ୍ଷମତାକୁ ଆସିବା ପରେ ଏହି ବୁଲେଟ ଟ୍ରେନ ପ୍ରକଳ୍ପ ବାବଦକୁ ହେବାକୁ ଥିବା ଖର୍ଚ୍ଚ ହେଉଥିବା ଅର୍ଥ ଚାଷୀଙ୍କ ବିକାଶ ପାଇଁ ବିନିଯୋଗ କରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି।

ଏପରି କି ଏହି ଅର୍ଥକୁ ଚାଷୀଙ୍କ ଋଣ ଛାଡ଼ କ୍ଷେତ୍ରରେ ମଧ୍ୟ ଖର୍ଚ୍ଚ କରିବାକୁ ଏହି ସିଏମପିରେ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି। ଉଭୟ କଂଗ୍ରେସ ଓ ଏନ୍‌ସିପି କ୍ଷମତାକୁ ଫେରିଲେ ଚାଷୀଙ୍କ ଋଣ ଛାଡ଼ କରିବେ ବୋଲି ଘୋଷଣା କରିଥିଲେ। ତେଣୁ ବୁଲେଟ ଟ୍ରେନ ପ୍ରକଳ୍ପ ବାବଦ ଅର୍ଥକୁ ସେମାନେ ଏଥିପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

Comments are closed.