Odisha Link
Bridging the Missing Links in Odisha

ଫାସ୍‌ଟ୍ୟାଗ୍‌ କଣ? ଜାଣନ୍ତୁ…

ଭୁବନେଶ୍ବର: ଫାସ୍‌ଟ୍ୟାଗ୍‌ ହେଉଛି ଟୋଲ୍‌ ଟିକସ ସଂଗ୍ରହ ଲାଗି ଏକ ପ୍ରିପେଡ୍ ରିଚାର୍ଜେବଲ ଟ୍ୟାଗ୍ସ ଯେଉଁଥିରେ ଟୋଲ୍‌ ଟ୍ୟାକ୍ସରେ ଆପେଆପେ ଟିକସ ପୈଠ ହୋଇଥାଏ। ଆରଏଫଆଇଡି ଅଧାରିତ ଫାସ୍‌ଟ୍ୟାଗକୁ ଗାଡିର ଓ୍ବିଣ୍ଡ ସ୍କ୍ରିନ୍‌ ନିକଟରେ ସଂଯୁକ୍ତ କରାଯାଇଥାଏ। ଏଥିସହ ଫାସ୍‌ଟ୍ୟାଗକୁ ବ୍ୟାଙ୍କ ଆକାଉଣ୍ଟକୁ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ସହ ସଂଯୁକ୍ତ କରାଯାଇଥାଏ ଫଳରେ ଟୋଲ ପ୍ଳାଜାରେ ଟିକସ ଦେବା ପାଇଁ ଗାଡିକୁ ଅଟକିବାକୁ ପଡେ ନାହିଁ।

ଗାଡି ଟୋଲ ପ୍ଲାଜାରେ ଯିବା ସମୟରେ ଗାଡିର ଓ୍ବିଣ୍ଡ ସ୍କ୍ରିନ୍‌ରେ ଲାଗିଥିବା ଫାସ୍‌ଟ୍ୟାଗ୍‌ ସହ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ଓ୍ବାଲେଟ୍‌ରୁ ଟୋଲ ଆପେ ଆପେ କଟିଯାଏ। ଏହି ଆକ୍ଟିଭିଟେଡ ଫାସ୍‌ଟ୍ୟାଗ୍‌ ରେଡିଓ ଫ୍ରିକ୍ବ୍ୟଏନ୍ସି ଡେଣ୍ଟିଫିକେସନ ଜ୍ଞାନ କୌଶଳରେ କାମ କରିଥାଏ। ଏହା ବ୍ୟତୀତ ଫାସ୍‌ଟ୍ୟାଗର କୌଣସି ବୈଧତା ନାହିଁ, ଯେ ପର୍ଯ୍ୟନ୍ତ ଏହା ଖରାପ ନ ହୋଇଛି, ସେ ପର୍ଯ୍ୟନ୍ତ ଟୋଲ ପ୍ଲାଜାରେ କାମ କରିଥାଏ। ଏହି ଫାସ୍‌ଟ୍ୟାଗ୍‌କୁ ମାଇ ଫାସ୍‌ଟ୍ୟାଗ୍‌ ମୋବାଇଲ ଆପ୍‌ରେ ଗାଡିର ସବିଶେଷ ତଥ୍ୟ ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ କରି ଏହାକୁ ଆକ୍ଟିଭେଟ କରି ହେବ। ଯଦି ଫାସ୍‌ଟ୍ୟାଗ୍‌ ପ୍ରିପେଡ ଓ୍ବାଲେଟ ସହ ଲିଙ୍କ ଥାଏ ତେବେ ଆପଣ ଏହାକୁ ୟୁପିଆଇ/ ଡେବିଟ୍‌ କାର୍ଡ/ କ୍ରେଡିଟ୍‌ କାର୍ଡ / ନେଟ୍‌ ବ୍ୟାଙ୍କିଙ୍କ୍‌ ଜରିଆରେ ରିଚାର୍ଜ କରିପାରିବେ।