Odisha Link
Bridging the Missing Links in Odisha

ଶତକ ମାଇଲା ପିଆଜ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ପିଆଜ ଦର। ବିନା ପିଆଜରେ ଓଡ଼ିଆଙ୍କ ହାଣ୍ଡିଶାଳ ଏନେବ ଚିନ୍ତାର ବିଷୟ। ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି। ଶତକ ମାରିଲା ପିଆଜ ଦର । ଆଜି ବି ରାଜ୍ୟରେ ପିଆଜ ଦର ୯୦ ଉପରେ । ବିଭିନ୍ନ ପ୍ରମୁଖ ସହରରେ ତ ଦର ୧୦୦ ଟଙ୍କା ରହିଛି । ଭୁବନେଶ୍ୱରରେ ୯୦ ଟଙ୍କାରେ ପିଆଜ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁରରେ ପିଆଜ କିଲୋ ଶହେ ରହିଛିି । ବାଲେଶ୍ୱର, ଜୟପୁର ପିଆଜ ବଜାରରେ ବି ଗ୍ରାହକଙ୍କ ପକେଟ ଖାଲି ହେଉଛି ।

ପିଆଜ ଦରକୁ ନେଇ ସାରା ଓଡ଼ିଶାରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି । ବ୍ୟବସାୟୀଙ୍କ କହିବା ଅନୁସାରେ ଏଭଳି ଦର ଡିସେମ୍ବର ୧୫ ତାରିଖ ଯାଏଁ ଲାଗି ରହିପାରେ । ତା’ପରେ ଯାଇ ସ୍ୱାଭାବିକ ଅବସ୍ଥା ଫେରିବ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଉଛି-ପିଆଜ ଭଳି ଏକ ଦୈନନ୍ଦିନ ଆବଶ୍ୟକ ଖାଦ୍ୟ ପଦାର୍ଥର ଏଭଳି ସଂକଟରେ ମୁକାବିଲା କରିବାକୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ ।

Comments are closed.