Odisha Link
Bridging the Missing Links in Odisha

୬ ମାସରେ ୬୦୪ ନାବାଳିକା ଧର୍ଷଣର ଶିକାର: ଦିବ୍ୟଶଙ୍କର

ଭୁବନେଶ୍ବର: ଦୁଷ୍କର୍ମ ମାମଲା ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି। ଚଳିତ ବର୍ଷ ୬ ମାସରେ ୬୦୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଛନ୍ତି। ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି, ୨୦୧୮ରେ ରାଜ୍ୟରେ ପ୍ରତିଦିନ ୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଥିଲେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୯ରେ ପ୍ରତିଦିନ ୭ ଜଣ ଧର୍ଷଣର ଶିକାର ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳିତବର୍ଷ ମୋଟ୍ ୨୫୦୨ଟି ଧର୍ଷଣ ମାମଲା ରୁଜୁ ହୋଇଛି। ୨୦୧୮ରେ ୧୦୭୩ ଧର୍ଷଣ ମାମଲାର ବିଚାର ସରିଛି । ୧୯୭ ଜଣ ଦୋଷୀ ଏବଂ ୮୭୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ହାର ୧୮.୩୫ ପ୍ରତିଶତ ରହିଛି । ଝାରସୁଗୁଡା ଓ ସୋନପୁରରେ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

Comments are closed.