Odisha Link
Bridging the Missing Links in Odisha

ସଂସଦରୁ ନିଲମ୍ବିତ ହେଲେ ୨ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହରେ ଦେଖିବାକୁ ମିଳିଥିଲା ମହାରାଷ୍ଟ୍ର ରାଜନୀତି ତାତି। ଆଜି ଲୋକସଭାରେ ମହାରାଷ୍ଟ୍ରରେ ବିଜେପି କ୍ଷମତା ଦଖଲ କରିବା ଘଟଣାକୁ କେନ୍ଦ୍ର କରି ହଟ୍ଟଗୋଳ କରିଥିଲେ କଂଗ୍ରେସ ସାଂସଦ। ଲୋକସଭାରେ ହୋହାଲ୍ଲା କରୁଥିବା ଦୁଇ କଂଗ୍ରେସ ସାଂସଦ ଟିଏନ ପ୍ରତାପନ ଓ ହିବି ଇଡେନଙ୍କୁ ଆଜି ବାଚସ୍ପତି ଓମ ବିର୍ଲା ଗୃହରୁ ନିଲମ୍ବିତ କରିଛନ୍ତି।

ଆଜି ଗୃହରେ ଏହି ଦୁଇ କଂଗ୍ରେସ ସାଂସଦ ସମ୍ବିଧାନ ସହ ଗଣତନ୍ତ୍ରର ସୁରକ୍ଷା ଓ ଗଣତନ୍ତ୍ରର ହତ୍ୟା କାର୍ଯ୍ୟକୁ ବନ୍ଦ କରାଯାଉ ବୋଲି ପୋଷ୍ଟର ଏବଂ ବ୍ୟାନର ଧରି ଲୋକସଭାରେ ହୋହାଲ୍ଲା କରିଥିଲେ। ଏମାନଙ୍କୁ ମାର୍ଶାଲାଙ୍କ ଦ୍ୱାରା ବାଚସ୍ପତି ଗୃହରୁ ବିଦା କରିଥିଲେ। ପରେ ଏହି ଦୁଇ ସାଂସଦଙ୍କୁ ବାଚସ୍ପତି ବିଶୃଙ୍ଖଳା ପାଇଁ କ୍ଷମା ମାଗିବାକୁ କହିଥିଲେ। ହେଲେ ସେମାନେ ଏହାକୁ ବେଖାତିର କରିଛନ୍ତି। ତେଣୁ ବାଚସ୍ପତି ଏମାନଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।

Comments are closed.