ଆରଟିଓରେ ଅସମ୍ଭାଳ ଭିଡ଼; କାଉଣ୍ଟର ଅଭାବ

ଭୁବନେଶ୍ବର: ଡିସେମ୍ବର ୧ ଯେତିକି ପାଖୋଉଛି ଲୋକଙ୍କ ମନରେ ଭୟ ସେତିକି ବଢ଼ି ବଢ଼ି ଚାଲିଛି। ସକାଳ ହେଲେ ରାଜ୍ୟର ସମସ୍ତ ଆରଟିଓରେ ଲାଗୁଛି ଲମ୍ବା ଲାଇନ। କାଉଣ୍ଟର ଅଭାବରୁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଅଧିକ କାଉଣ୍ଟର ଖୋଲି ଲୋକମାନଙ୍କୁ ସେବା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଆଉ ମାତ୍ର ଦିନ କେଇଟା ପରେ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ ପୁଣି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।