ମହିଳା ଓ ଶିଶୁ କଲ୍ୟାଣ ଗୃହ କମିଟିଙ୍କର ବୈଠକ

ଭୁବନେଶ୍ୱର : ମହିଳା ଓ ଶିଶୁ କଲ୍ୟାଣ ଗୃହକମିଟିଙ୍କର ବୈଠକ ବିଧାୟିକା ଉଷାଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟଙ୍କର ରାଜ୍ୟ ବାହାରକୁ ଅଧ୍ୟୟନ ଗସ୍ତ ଚୂଡ଼ାନ୍ତ ସଂପର୍କରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ବିଧାୟିକା ସୀମାରାଣୀ ନାୟକ, ସାବିତ୍ରୀ ଅଗ୍ରଓ୍ୱାଲା, ବାସନ୍ତି ହେଞ୍ଚ୍ରମ୍, ଲତିକା ପ୍ରଧାନ, ସୁନନ୍ଦା ଦାସ, ମଞ୍ଜୁଳା ସ୍ୱାଇଁ, ମୀନାକ୍ଷି ମହାନ୍ତି, ସୂର୍ଯ୍ୟମଣି ବୈଦ୍ୟ, କୁସୁମ ଟେଟେ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ବିଧାନସଭାର ସଚିବ ଦାଶରଥୀ ଶତପଥୀ ଏବଂ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।