Odisha Link
Bridging the Missing Links in Odisha

ଗାଡି ଛାଡି ଘୋଡା ଚଢ

ମାଲକାନଗିରି: ନୂଆ ମଟରଯାନ ନିୟମରୁ ଲାଗୁ ହେବା ପରେ ଗାଡ଼ି ଛାଡ଼ି ଘୋଡ଼ା ଚଢ଼ିବା ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରାଫିକ୍ ନିୟମରୁ ବର୍ତ୍ତିବା ପାଇଁ ଏବେ ଏମିତି ଉପାୟ ଆପଣାଇଛନ୍ତି ମାଲ୍‌କାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ। ଯତୀଶଙ୍କର ମୋଟର ସାଇକେଲ୍‌ଟିଏ ଅଛି କିନ୍ତୁ ସେ ଟ୍ରାଫିକ୍ ଚେକିଂରୁ ବର୍ତ୍ତିବା ପାଇଁ ଘୋଡ଼ା କିଣି ଚଢୁଛନ୍ତି। ଦିନ ଯାକର ସବୁ କାମ, ବଜାର ସଉଦାଠୁ ଆରମ୍ଭ କରି ପିଲାଙ୍କୁ ସ୍କୁଲ ଛାଡ଼ିବା ପର୍ଯ୍ୟନ୍ତ ଯାହାବି କାମ ମୋଟରସାଇକେଲ୍ ଚଢ଼ି କରୁଥିଲେ, ସେ ସବୁ କାମ ଏବେ ଘୋଡ଼ା ଚଢ଼ି କରୁଛନ୍ତି।

ଯତୀଶଙ୍କ ମତରେ ଘୋଡ଼ା ଚଢ଼ି ଗଲେ ନା ହେଲ୍‌ମେଟ୍‌ ପାଇଁ କିଏ ଧରୁଛନ୍ତି, ନା କିଏ ଲାଇସେନ୍ସ କି ଇନ୍ସ୍ୟୁରାନ୍ସ କାଗଜପତ୍ର ମାଗୁଛନ୍ତି। ତେଲ ବି ପକେଇବାର ନାହିଁ, ଘୋଡ଼ାକୁ ଘାସ ଦେଲେ ଚାଲିଲା। ଘୋଡ଼ା ଚଢ଼ିଲେ ହେଲ୍‌ମେଟ୍‌ ପିନ୍ଧିବା ଜରୁରୀ କି ନୁହେଁ, ତାହା ତ ଅଲଗା କଥା, କିନ୍ତୁ ଟ୍ରାଫିକ୍ ନିୟମରୁ ବର୍ତ୍ତିବା ପାଇଁ ଯତୀଶଙ୍କ ଏ ଘୋଡ଼ା ଚଢ଼ା ତରିକାକୁ ନେଇ ମାଲ୍‌କାନଗିରିରେ ବେଶ୍ ଚର୍ଚ୍ଚା ଚାଲିଛି।

Comments are closed.