Odisha Link
Bridging the Missing Links in Odisha

ଲାଞ୍ଚ ନେବା ବେଳେ ଗିରଫ ହେଲେ ପିଇଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁନ୍ଥା ବ୍ଳକ୍ ଅନ୍ତର୍ଗତ ଉଧୁରା ଗ୍ରାମପଞ୍ଚାୟତର ପିଇଓ ମନୋଜ କୁମାର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମପଞ୍ଚାୟତର ଚୁକ୍ତିଭିତ୍ତିକ କିରାଣୀ ପନୁ ଚରଣ ସେଠୀ ନିଜର ଦରମା ବୃଦ୍ଧି ପାଇଁ ଏକ ମିଟିଂରେ ପିଇଓ ମନୋଜ କୁମାରଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ମନୋଜ କୁମାର ତାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପନୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ସୋମବାର ମନୋଜ କୁମାର ପନୁଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ଏବଂ ତାଙ୍କ ଠାରୁ ଭିଜିଲାନ୍ସ ନଗଦ ୨ ହଜାର ଟଙ୍କା ଜବତ କରିଥିଲା।

Comments are closed.