Odisha Link
Bridging the Missing Links in Odisha

ନାଗରିକତା ସଂଶୋଧନ ବିଲ୍‌ ପ୍ରସଙ୍ଗରେ ଆମେରିକାର ମତ ଦେବାର ଅଧିକାର ନାହିଁ : ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ୱାଧୀନତା ସଂପର୍କିତ କମିଶନ (ୟୁଏସସିଆଇଆରଏଫ) ସମାଲୋଚନା କରିଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛି ଭାରତ । ଏହି ସଂପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଏହି ପ୍ରସଙ୍ଗରେ ୟୁଏସସିଆଇଆରଏଫ ଦେଇଥିବା ବକ୍ତବ୍ୟରେ କୌଣସି ସତ୍ୟତା ନାହିଁ।ଏହି ପ୍ରସଙ୍ଗରେ ୟୁଏସସିଆଇଆରଏଫର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ସେ କହିଛନ୍ତି, ଏନଆରସି ହେଉ କିମ୍ବା ସିଏବି, କୌଣସି ଆଇନରେ ଧର୍ମଭିତ୍ତିରେ କୌଣସି ଭାରତୀୟଙ୍କ ନାଗରିକତା ଛିନ୍ନ କରାଯିବ ନାହିଁ ।

ରବିଶ କୁମାର କହିଛନ୍ତି ଯେ, ୟୁଏସସିଆଇଆରଏଫର ପୂର୍ବର ପକ୍ଷପାତ ପୂର୍ଣ୍ଣ ଆଭିମୁଖ୍ୟ ଦୃଷ୍ଟିରୁ ବର୍ତ୍ତମାନର ଆଭିମୁଖ୍ୟ ଆଶ୍ଚର୍ଯ୍ୟଜନକ ନୁହେଁ । ଏହି ପ୍ରସଙ୍ଗରେ ୟୁଏସସିଆଇଆରଏଫର କୌଣସି ହସ୍ତକ୍ଷେପ କରିବାର ଅଧିକାର ନାହିଁ ଏଣୁ ଏହି ବିଷୟରେ ନିଜର ପକ୍ଷପାତପୂର୍ଣ୍ଣ ବୟାନ ରଖିବା ଦୁର୍ଭାଗ୍ୟଜନକ ଅଟେ। ଗତକାଲି ୟୁଏସସିଆଇଆରଏଫ କହିଥିଲା ଯେ ନୂଆ ଆଇନ ମାଧ୍ୟମରେ ଭାରତ ଧର୍ମ ଭିତ୍ତିରେ ନାଗରିକତା ସ୍ଥିର କରିବ, ଯାହାକି ଦୁର୍ଭାଗ୍ୟଜନକ । ଯଦି ଏହି ବିଲ ସଂସଦର ଦୁଇଟି ଗୃହରେ ଗୃହୀତ ହୁଏ ତେବେ ଆମେରିକା ସରକାର ଅମିତ ଶାହାଙ୍କ ଉପରେ କଟକଣା ଲାଗୁ କରିବା ଆବଶ୍ୟକ।

Comments are closed.