Odisha Link
Bridging the Missing Links in Odisha

ବକେୟା ଦିଅ ନେଚତ ଲାଇନ୍‌ କଟିବ: ଅରୁଣ ବୋଥ୍ରା

ଭୁବନେଶ୍ବର: ଆପଣ ବିଦ୍ୟୁତ୍‌ ବିଲ୍‌ ଠିକ୍‌ ଭାବରେ ପୈଠ କରୁ ନାହାନ୍ତି କି? ତେବେ ହେଇ ଯାଆନ୍ତୁ ସାବଧାନ। କାରଣ ବକେୟା ବିଲ ପୈଠ ନକଲେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହେବେ। ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା।

ଏଥିସହିତ ସେ କହିଛନ୍ତି ଯେ, ଉପଭୋକ୍ତାଙ୍କୁ ଅନୁରୋଧ ସେମାନେ ବକେୟା ଟଙ୍କା ଦେଇ ଦିଅନ୍ତୁ। ବାକି ଟଙ୍କା ନଦେଲେ ବିଦ୍ୟୁତ୍‌ ସଂଯୋଗ କଟାଯିବ। ଲୋକଙ୍କୁ ଗୁଣାତ୍ମକ ମାନ ଯୁକ୍ତ ବିଦ୍ୟୁତ୍‌ ଦେବାକୁ ହେଲେ ଆମକୁ ଅର୍ଥ ଦରକାର। ସେଥିପାଇଁ ବକେୟା ବିଲ୍‌ ଆଦାୟ ପାଇ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ। ବକେୟା ବିଦ୍ୟୁତ୍‌ ବିଲ୍‌ ନେଇ ଖାଉଟିଙ୍କ ପାଖକୁ ମେସେଜ ଯିବ। ଏସବୁ ପରେ ବି ଗ୍ରାହକ ଯବି ବକେୟା ନଦେବେ ତେବେ ଜାନୁଆରୀ ୧୫ରୁ ଲାଇନ୍‌ କଟିବ ବୋଲି କହିଛନ୍ତି ଅରୁଣ ବେଥ୍ରା।

ଲକ୍ଷେ ୪ହଜାର ଲୋକ ୨ବର୍ଷ ହେଲା ବକେୟା ଟଙ୍କା ଦେଇନାହାନ୍ତି। ଘରୋଇ ଉପଭୋକ୍ତାଙ୍କ ପାଖରେ ୧୨୩ କୋଟି ଟଙ୍କା ବାକି ଅଛି। ଶିଳ୍ପ ପ୍ରତିଷ୍ଠାନ ମାନେ ୧୦୮ କୋଟି ଟଙ୍କା ବାକି ରଖିଛନ୍ତି। ହେଲେ ଏହି ଟଙ୍କା ଆିନଗତ ବିବାଦରେ ରହିଛି। ୭ଲକ୍ଷ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ସର୍ବାଧିକ ୬ଟି କିସ୍ତିରେ ଘରୋଇ ଉପଭୋକ୍ତା ବାକି ଟଙ୍କା ଦେଇ ପାରିବେ ବୋଲି କହିଛନ୍ତି ଅରୁଣ ବୋଥ୍ରା।

 

Comments are closed.