Odisha Link
Bridging the Missing Links in Odisha

ଶେଷ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ: ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଭାରତ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ହେଉଥିବା ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ ରେ ଖେଳାଯାଉଛି। ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ଦତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆ ନିର୍ଣ୍ଣାୟକ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ।

ଆଜି ମ୍ୟାଚ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅନ୍ୟପଟେ ଭାରତୀୟ ଦଳରେ ଦୁଇଟି ଅଦଳବଦଳ ହୋଇଛି। ରବିନ୍ଦ୍ର ଜାଡେଜା ଓ ଚହଲଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସାମି ଓ କୁଲଦୀପ ଯାଦବ ଦଳରେ ସ୍ଥାନ ପାଇଛନ୍ତି।

Comments are closed.