Odisha Link
Bridging the Missing Links in Odisha

ରଣଜୀ ଟ୍ରଫି: ଓଡ଼ିଶାର ଇନିଂସ୍ ବିଜୟ, ରାଜେଶ ମ୍ୟାନ ଅଫ୍‌ ଦି ମ୍ୟାଚ୍

ରାୟପୁର: ଜବରଦସ୍ତ ବିଜୟ ସହ ଚଳିତ ରଣଜୀ ସିଜିନ ଆରମ୍ଭ କରିଛି ଓଡ଼ିଶା ଦଳ। ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ଓଡ଼ିଶାକୁ ଜବରଦସ୍ତ ବିଜୟ ମିଳିଛି। ପେସବାହିନୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶାକୁ ପୂର୍ଣ୍ଣ ୭ ପଏଣ୍ଟ ହାସଲ ହୋଇଛି। ଉକ୍ତ ମ୍ୟାଚରେ ଛତିଶଗଡ଼ ପ୍ରଥମ ଇନିଂସରେ ୧୩୪ ରନ୍ କରିଥିବା ବେଳେ ଓଡ଼ିଶା ୨୧୫ ରନ୍ କରି ଅଲଆଉଟ୍ ହୋଇଥିଲା।

୮୧ ରନରେ ପଛୁଆ ଥିବା ଛତିଶଗଡ଼ ଦ୍ୱିତୀୟ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ୍ ହୋଇଯାଇଛି। ଓଡ଼ିଶା ବିଜୟରେ ଯୁବ ପେସ୍ ବୋଲର ରାଜେଶ ମହାନ୍ତି ମୁଖ୍ୟ ଭୂମିକା ବହନ କରିଛନ୍ତି। ଉକ୍ତ ମ୍ୟାଚରେ ମୋଟ ୧୦ ୱିକେଟ୍ ନେଇଥିବା ରାଜେଶ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ରାଜେଶ ବ୍ୟତୀତ ଅନ୍ୟ ଦୁଇ ଅଭିଜ୍ଞ ପେସ୍ ବୋଲର ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି।

ସଂକ୍ଷିପ୍ତ ସ୍କୋର
ଛତିଶଗଡ଼ ପ୍ରଥମ ଇନିଂସ୍ ୧୩୪
ଓଡ଼ିଶା ପ୍ରଥମ ଇନିଂସ୍ ୨୧୫
ଛତିଶଗଡ଼ ଦ୍ୱିତୀୟ ଇନିଂସ୍ ୭୮ (ଆଶୁତୋଷ ସିଂହ ୪୩, ଜୀବନଜୋତ୍ ସିଂହ ୧୨, ହରପ୍ରୀତ ସିଂହ ୧୧, ରାଜେଶ ମହାନ୍ତି ୪/୧୯, ସୂର୍ଯ୍ୟକାନ୍ତ ୪/୩୪, ବସନ୍ତ ମହାନ୍ତି ୨/୧୯)

Comments are closed.