Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଜିପି ଅଭୟ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନବନିଯୁକ୍ତ ଡିଜିପି ଅଭୟ। ଆଜି ପୂର୍ବାହ୍ନରେ ଡିଜିପି ଅଭୟ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ଦାୟିତ୍ୱ ନେବା ପରେ ସେ ପ୍ରଥମ କରି ସାକ୍ଷାତ କରିଛନ୍ତି।

ଏହି ଅବସରରେ ମୋ ସରକାର କାର୍ଯ୍ୟକ୍ରମ ଓ ‘୫-ଟି’କୁ କାର୍ଯ୍ୟାନ୍ଵିତ କରିବାକୁ ଏବଂ ଲୋକ କୈନ୍ଦ୍ରିକ ସେବା ପ୍ରଦାନକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପ୍ରଭୃତି ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ନୂଆ ଡିଜିପି।

Comments are closed.