ସୁପ୍ରିମକୋର୍ଟରେ ଖାରଜ ହେଲା ଅଯୋଧ୍ୟା ରିଭ୍ୟୁ ପିଟିସନ
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲା ରାୟକୁ ନେଇ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଗୁଡ଼ିକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟରେ ମୋଟ୍ ୧୯ଟି ରିଭ୍ୟୁ ପିଟିସନ ପଡ଼ିଥିଲା। ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଖାରଜ କଲେ।
Supreme Court dismisses all the review petitions in Ayodhya case judgment. pic.twitter.com/vZ2qKdk59A
— ANI (@ANI) December 12, 2019
ଆଜି ପ୍ରଧାନବିଚାରପତି ଜଷ୍ଟିସ୍ ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏସ୍ ଏ ନାଜୀର୍ ଏବଂ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଧ୍ୟ ଥିଲେ। ତେବେ ଏହି ରାୟ ଆସିବା ସମୟରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଖଣ୍ଡପୀଠର ସଦସ୍ୟ ନଥିଲେ। ଏହି ସମୟରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ପ୍ରଧାନବିଚାରପତି ଦାୟିତ୍ୱରେ ଥିଲେ, ଯେକି ନଭେମ୍ବର ୧୭ରେ ରେ ଅବସର ନେଇଛନ୍ତି।
Comments are closed.