Odisha Link
Bridging the Missing Links in Odisha

ଜନ୍ମଦିନ ହେଲା ଶେଷଦିନ

ଅନୁଗୁଳ: ଜନ୍ମ ଦିନରେ ଚାଲିଗଲା ଜୀବନ । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଅନୁଗୁଳ ବାଲିପଟା ଗାଁର ସରିତା ସାହୁ ଓ ତାଙ୍କ ପୁଅ ଶୁଭମ ସାହୁଙ୍କ ଜୀବନ ।
ଶୁଭମଙ୍କ ଜନ୍ମଦିନ ଥିବାରୁ ଅନୁଗୁଳ ବୁଢୀ ରାକୁରାଣୀ ମନ୍ଦିରକୁ ସଂପର୍କୀୟଙ୍କ ସହ ଦର୍ଶନ ପାଇଁ ଯାଇଥିଲେ ମା ଓ ପୁଅ । ତେବେ ବାଲିପଟା ଫେରୁଥିବା ବେଳେ ହଠାତ ଏକ ଟ୍ରକ ଆସି ତାଙ୍କ ଆକ୍ଟିଭା ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ମା ଓ ଆଠ ବର୍ଷର ଶୁଭମଙ୍କ ମୃତ୍ୟୁ ହୋଇଥିଲା । ସଂପର୍କୀୟ ଜଣକ ମଧ୍ୟ ଏହି ଘଟଣାରେ ଗୁରୁତର ଅଛନ୍ତି । ମୃତ୍ୟୁ ପରେ ୫୫ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା ।

Comments are closed.