Odisha Link
Bridging the Missing Links in Odisha

ଭାରତ ଗସ୍ତ ବାତିଲ କଲେ ବାଂଲା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବ ଭାରତରେ ହିଂସା। ଏହାକୁ ନଜରରେ ରଖି ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ୍ ଭାରତ ଗସ୍ତ ବାତିଲ କରିଛନ୍ତି। ଯଦିଓ ଅଫିସିଆଲ ସୂତ୍ରରୁ କୌଣସି ନିର୍ଦ୍ଦିଷ୍ଟ କାରଣ କୁହାଯାଇନାହିଁ, ସେ ଏବେ ଆସିବେ ନାହିଁ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ସେ ଡିସେମ୍ବର ୧୨ରୁ ୧୪ ଭାରତ ଆସିବାର ଥିଲା। ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ସେ ସନ୍ଧ୍ୟା ୫.୨୦ରେ ନୂଆଦିଲ୍ଲୀ ପହଞ୍ଚିବାର ଥିଲା।

ସୂଚନାଯୋଗ୍ୟ, ବୁଧବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମୋମେନ୍‌ ଢାକାଠାରେ ଭାରତର ସହିଷ୍ଣୁତାକୁ ପ୍ରଶଂସା କରିଥିଲେ। କିନ୍ତୁ ଭାରତର ନୂଆ ବିଲ ଧର୍ମନିରପେକ୍ଷତାକୁ ପ୍ରଭାବିତ କରିବା ସହ ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିବ ବୋଲି କହିଥିଲେ। ସଂଖ୍ୟାଲଘୁ ତାଙ୍କ ଦେଶରେ ନିର୍ଯାତିତ ହେଉଥିବା କଥାକୁ ସେ ମିଛ ବୋଲି କହିଥିଲେ।

Comments are closed.