Odisha Link
Bridging the Missing Links in Odisha

ବଦଳିଲେ ଗୌହାଟୀ ପୁଲିସ କମିଶନର

ନୂଆଦିଲ୍ଲୀ: ଲୋକସଭା ପରେ ଗତକାଲି ରାଜ୍ୟସଭାରେ ପାରିତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍। ଯାହାରି ଫଳରେ ଏହି ବିଲକୁ ବିରୋଧ କରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଉତ୍ତେଜନା ଲାଗି ରହିଛି।  ଏଭଳିକି ଏକାଧିକ ସ୍ଥାନରେ ପୁଲିସ୍‌ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିବା ବେଳେ ପୋଡ଼ାଜଳା ହୋଇଛି। ଗୌହାଟୀରେ ଦେଖିବାକୁ ମିଳିଛି ସବୁଠୁ ଅଧିକ ହିଂସା।

ଫଳରେ ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ଗୌହାଟୀ ପୁଲିସ କମିଶନର ଦୀପକ କୁମାରଙ୍କୁ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ମୁନ୍ନା ପ୍ରସାଦ ଗୁପ୍ତାଙ୍କୁ ଗୌହାଟୀ ପୁଲିସ୍ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଆସାମ ଆଡସିନାଲ ଜେନେରାଲ ଅଫ ପୁଲିସ(ଆଇନ ଶୃଙ୍ଖଳା) ମୁକେଶ ଅଗ୍ରୱାଲଙ୍କୁ ଏଡିଜିପି(ସିଆଇଡି)କୁ ବଦଳି କରାଯାଇଛି। ତାଙ୍କ ସ୍ଥାନ ଜିପି ସିଂହ ନେବେ।

ଆଜି ଗୌହାଟୀର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟକ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। କିଛି ସ୍ଥାନରେ ବିକ୍ଷୋଭକାରୀ ଜୋରଦାର ବିରୋଧ ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୁଲିସ ଫାଙ୍କା ଗୁଳି ଚାଳନା କରିଛି। ଏଥିସହ ଗୌହାଟୀରେ କର୍ଫ୍ୟୁ ବଳବତ୍ତର ରହିଛି। ସେନା ଯବାନମାନେ ଫ୍ଲାଗମାର୍ଚ୍ଚ ମଧ୍ୟ କରିଛନ୍ତି।

Comments are closed.