Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟରେ CAA ବିରୋଧରେ ଓୱେସୀଙ୍କ ପିଟିସନ ଦାଖଲ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(CAA)କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଆସାଉଦ୍ଦିନ ଓୱେସୀ। ସେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଓୱେସୀଙ୍କୁ ମିଶାଇ CAA ବିରୋଧରେ ଏପର୍ୟ୍ୟନ୍ତ ସୁପ୍ରିମ କୋର୍ଟରେ ୧୪ଟି ପିଟିସନ ଦାଖଲ ହୋଇ ସାରିଛି। ସୂଚନା ଅନୁସାରେ, ସଂସଦରେ ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ନେଇ ଓୱେସୀ ବିରୋଧ ପ୍ରଦର୍ଶନ କରିଥିଲେ। ଏପରି କି ସେ ଲୋକସଭାରେ ସିଏଏର ଏକ କପିକୁ ମଧ୍ୟ ଚିରି ଦେଇଥିଲେ। କଂଗ୍ରେସ ସମେତ ଅନେକ ବିରୋଧି ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ନାଗରିକତା ସଂଶୋଧନ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Comments are closed.