Odisha Link
Bridging the Missing Links in Odisha

ସ୍କୁଲରେ ଭାଲୁ !

ମାଲକାନଗିରି: ସ୍କୁଲ କ୍ୟାମ୍ପସରେ ଭାଲୁ। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ମା ଭାଲୁ ସହ ୩ଟି ଛୁଆ ଭାଲୁ ସ୍କୁଲ ହଷ୍ଟେଲ ଭିତରକୁ ଆସିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ର ମାନେ ଭାଲୁକୁ ଘଉଡ଼ାଇ ଥିଲେ। ଫଳରେ ଭାଲୁମାନେ ସ୍କୁଲ ପାଚେରୀ ଡେଇଁ ଚାଲିଯାଇଥିଲେ। ଏସବୁ ଚିତ୍ର ସିସିଟିଭିରେ କଏଦ ହୋଇଛି। କ୍ୟାମ୍ପସରେ ଭାଲୁକୁ ଦେଖିବା ପରେ ଶିକ୍ଷକ ଓ ଛାତ୍ରମାନେ ଭୟଭୀତ ହୋଇପଡ଼ିଛନ୍ତି। ମାଲକାନଗିରିରେ ଜନବସତି ଆଡ଼କୁ ଭାଲୁ ଆସିବା କିଛି ନୂଆ କଥା ନୁହେଁ କିନ୍ତୁ ସ୍କୁଲ୍‌ ଭିତରକୁ ଭାଲୁ ପଶି ଆସିବା ଏକ ଚିନ୍ତାର ବିଷୟରେ। ଯଦି କୌଣସି ପିଲା ଭାଲୁ ହାବୁଡ଼ରେ ପଡ଼ିବେ ତେବେ ପରିସ୍ଥିତି କଣ ହେବ ତାହା ଚିନ୍ତାର ବିଷୟ।

Comments are closed.