Odisha Link
Bridging the Missing Links in Odisha

ହଜାର ଥର ଜନ୍ମ ନେଲେ ମଧ୍ୟ ସାବରକରଙ୍କ ଭଳି ହୋଇପାରିବେ ନାହିଁ ରାହୁଲ ଗାନ୍ଧୀ: ସମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନରେ ଅନୁଷ୍ଠିତ ଭାରତ ବଞ୍ଚାଅ ସମାବଶରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ମେକ୍‌ ଇନ୍‌ ଇଣ୍ଡିଆ କୁ ରେପ୍‌ ଇନ୍‌ ଇଣ୍ଡିଆ କହି ଚର୍ଚ୍ଚାରେ ଥିବା ରାହୁଲ କହିଛନ୍ତି ଯେ, ମୋ ନାମ ରାହୁୁଲ ସାବରକର ନୁହେଁ ରାହୁୁଲ ଗାନ୍ଧୀ। ଯଦି କ୍ଷମା ମାଗିବାର ଅଛି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗନ୍ତୁ। ଦେଶରେ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ଥିଲା ଯାହାକୁ ମୋଦି ସରକାର ନଷ୍ଟ କରି ଦେଇଛି।

ରାହୁଲଙ୍କ ମୁଁ ରାହୁଲ ସାବରକର ନୁହେଁ ରାହୁଲ ଗାନ୍ଧୀ ମନ୍ତବ୍ୟରେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ସେ କହିଛନ୍ତି ଯେ, ରାହୁଲ ଗାନ୍ଧି ହଜାର ଥର ଜନ୍ମ ନେଲେ ମଧ୍ୟ ବୀର ସାବରକରଙ୍କ ଭଳି ହୋଇପାରିବେ ନାହିଁ। ରାହୁଲ ଗାନ୍ଧି ଧାରା ୩୭୦, ସର୍ଜିକାଲ ଷ୍ଟ୍ରାଇକ, ନାଗରିକତା ଆଇନ୍ ଭଳି ମାମଲାରେ ପାକିସ୍ତାନର ଭାଷା କହୁୁଛନ୍ତି । ତେଣୁ ସେ କିଭଳି ସାବରକରଙ୍କ ସମକକ୍ଷ ହୋଇପାରିବେ । ଏହାସହ ରାହୁଲ ଗାନ୍ଧିଙ୍କୁ ନୂଆ ନାଁ ମଧ୍ୟ ଦେଇଛନ୍ତି ସମ୍ବିତ। ମେକ୍ ଇନ୍ ଇଣ୍ଡିଆକୁ ‘ରେପ ଇନ୍ ଇଣ୍ଡିଆ’ ସହ ତୁଳନା କରୁଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କୁ ‘ରାହୁଲ ଥୋଡା ଶର୍ମ କର’ ନାଁ ଦେଇଛନ୍ତି ସମ୍ବିତ।

Comments are closed.