ଭାଉଜ ତଣ୍ଟିକାଟି ହତ୍ୟାକଲା ନଣନ୍ଦର

ବାଲୁଗାଁ: ବାଲୁଗାଁରେ ଛାତ୍ରୀ ହତ୍ୟା ଘଟଣାରେ ଆସିଛି ନୂଆମୋଡ଼। ପ୍ରେମ ପାଇଁ ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଥିଲା। ହେଲେ ପ୍ରେମ ପାଇଁ ନୁହେଁ ବରଂ ଏହି ହତ୍ୟାକାଣ୍ଡ ପଛରେ ରହିଛି ଭାଉଜଙ୍କ ହାତ। ଛାତ୍ରୀଙ୍କ ନିଜ ଭାଉଜ ତଣ୍ଟି କାଟି ହତ୍ୟା କରିଛି। ସାଇଁଟିଫିକ୍ ଟିମ୍ ସହିତ ଖୋର୍ଧା ପୋଲିସର ତଦନ୍ତ ଆଗେଇବା ପରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି। ପଚରାଉଚରାରେ ପୋଲିସ ନିକଟରେ ନିଜେ ମୃତ ଛାତ୍ରୀଙ୍କ ଭାଉଜ ହତ୍ୟା କରିଥିବା ସ୍ୱୀକାର କରିଥିବା ଖୋର୍ଧା ଏସପି ସୂଚନା ଦେଇଛନ୍ତି।
ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ଛୁରୀକୁ ପୋଲିସ ଜବତ କରିଛି। ବାଲୁଗାଁ କଲେଜରେ ଯୁକ୍ତ ୨ ପଢ଼ୁଥିବା ଛାତ୍ରୀ ଜଣକୁ ଗତକାଲି ସଂଧ୍ୟାରେ ପାଠ ପଢ଼ୁଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଭାଉଜ। ଏହି କାଣ୍ଡକୁ ଝିଅର ପ୍ରେମିକ କରିଛି ବୋଲି ରୂପ ଦେବାକୁ ଚେଷ୍ଟା କରିଥିଲେ। ତେବେ ଖୋର୍ଧା ପୋଲିସ ଓ ସାଇଂଟିଫିକ୍ ଟିମ୍ ପହଁଚି ତଦନ୍ତ କରିବା ପରେ ପୁରା ସତ ପଦାକୁ ଆସିଛି।