Odisha Link
Bridging the Missing Links in Odisha

ଆଜି ପବିତ୍ର ବଡଦିନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ବଡଦିନ । ଆଜି ଦିନରେ ଧରାପୃଷ୍ଟକୁ ଅବତରଣ କରିଥିଲେ ପ୍ରଭୁ ଯୀଶୁ। ପ୍ରଭୁ ଯିଶୁଙ୍କ ଆଗମନକୁ ନେଇ ରଙ୍ଗ ବିରଙ୍ଗ ଆଲୋକ ମାଳରେ ସଜେଇ ହୋଇଛି ଚର୍ଚ୍ଚ ଏବଂ ଯୀଶୁଙ୍କ ନିର୍ମିତ ଏନ୍ତୁଡ଼ିଶାଳ। ବଡଦିନ ପାଇଁ ସବୁ ଚର୍ଚ୍ଚରେ ଖଚାଖଚ ଭିଡ ଜମୁଛି। ମଧ୍ୟରାତ୍ରିରେ ପ୍ରଭୁ ଯିଶୁ ଜନ୍ମ ନେଇଛନ୍ତି ଏହି ସମୟରେ ଚର୍ଚ୍ଚରେ ସମବେତ କାରୋଲ ସଙ୍ଗୀତ ଗାନ କରାଯାଉଛି। ଜାତି, ଧର୍ମ, ବର୍ଣ୍ଣ ନିିର୍ବିଶେଷରେ ସବୁ ବର୍ଗର ଲୋକେ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ଚର୍ଚ୍ଚ ପରିସରରେ ଶୋଭା ପାଉଛି ଖ୍ରୀଷ୍ଟମାସ ଲ୍ୟାମ୍ପ ଓ ଜିଙ୍ଗଲ ବେଲ ଏବଂ ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ। ସମସ୍ତେ ପରସ୍ପରକୁ ବଡଦିନର ଶୁଭେଚ୍ଛା ଜଣାଇ ମିଠା ଖାଇ ଲହି ଦିନକୁ ପାଳନ କରୁଛନ୍ତି।

Comments are closed.