Odisha Link
Bridging the Missing Links in Odisha

ହାତୀ ନେଲା ମହିଳାଙ୍କ ଜୀବନ

ବାରିପଦା : ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗୋଷାଣିପାଳ ଠାରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଜଣେ ମହିଳା ଗାଁ ନିକଟ ନଦୀ କୂଳକୁ ସକାଳେ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ତାଙ୍କର ମହିଳାଙ୍କ ମୃତ୍ୟୁ ହୋଇଛି । ମୃତା ମହିଳାଜଣକ ହେଲେ ସ୍ନେହଲତା ସେଠୀ ।

ସ୍ନେହଲତା ଗାଁ ନିକଟ ନଦୀ କୂଳକୁ ସକାଳେ ଶୌଚ ହେବାକୁ ଯାଇଥିଲେ।। ହାତୀ ପଲ ଦେଖି ନଦୀ କୂଳରେ ଉପସ୍ଥିତ ଥିବା ସମସ୍ତେ ପଳାଇଥିଲେ। କିନ୍ତୁ ସ୍ନେହଲତା ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ଏକ ହାତୀ ତାଙ୍କୁ କଚାଡ଼ି ଦେଇଥିଲା। ଏହାପରେ ହାତୀ ପଲ ଜଙ୍ଗଲକୁ ପଳାଇଥିଲେ। କିଛି ସମୟ ପରେ ଗ୍ରାମବାସୀ ଉକ୍ତ ସ୍ଥାନରେ ପହଞ୍ଚି ସ୍ନେହଲତାଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ପାଇଲେ। ହାତୀ ପଲ ଦେଖି ଦୌଡ଼ାଦୌଡ଼ି ସମୟରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି।

ଖବର ପାଇ ବାଙ୍ଗିରିପୋଷି ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ମୃତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରେଞ୍ଜର  ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସାର ଖର୍ଚ୍ଚ ବନ ବିଭାଗ ବହନ କରିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.