ଅଷ୍ଟ୍ରେଲିଆରେ ନିଆଁ

ସିଡନୀ: ଅଷ୍ଟ୍ରେଲିଆରେ ଭୟଙ୍କର ନିଆଁ। ଏହି ବ୍ୟାପୁଥିବା ନିଆଁକୁ ଆଖିରେ ରଖି ନ୍ୟୁ ସାଉଥ ୱେଲସରେ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ସେଠାକାର ଅଧିବାସୀମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଆଁରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସମ୍ପୃକ୍ତ ଅଂଚଳର ୨୪ଟି ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହେବା ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ସୂଚନା ଅନୁଯାୟୀ, ଭିକ୍ଟୋରିଆ ସୀମାରେ ଥିବା ଉପକୂଳବର୍ତ୍ତୀ ସହରାଞ୍ଚଳ ପର୍ଯ୍ୟନ୍ତ ଟୁରିଷ୍ଟ ଜୋନ ଘୋଷଣା କରାଯାଇଛି ଏବଂ ଆସନ୍ତା କାଲି ସୁଦ୍ଧା ସମସ୍ତ ପର୍ଯ୍ୟଟକମାନଙ୍କୁ ଅଗ୍ନି ପ୍ରଭାବିତ ଅଂଚଳ ଛାଡିଯିବାକୁ କୁହାଯାଇଛି। ଅଷ୍ଟ୍ରେଲିଆରେ ଗତ କିଛି ମାସ ହେବ ନିଆଁ ବ୍ୟାପିବାରେ ଲାଗିଛି ଓ ସେଠାକାର ପ୍ରଧାନମନ୍ତ୍ରୀ ସ୍କଟିସ ମରିସନ କହିଛନ୍ତି, ଏହି ନିଆଁକୁ ଆୟତ୍ତ କରିବାକୁ ଆହୁରି କିଛି ଦିନ ଲାଗିବ।