Odisha Link
Bridging the Missing Links in Odisha

ବିଧାୟକ ତାରାଙ୍କ ମଣିଷପଣିଆ

ଜୟପୁର: ସଦାବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ତାଙ୍କର କଟାକ୍ଷ କଥା ହେଉବା ବିଧାନସଭା ଓ ବାହାରେ ରୋଚକ କଥା କହିବାକୁ ନେଇ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି ତାରା। ହେଲେ ଏଥର ନିଜର ମଣିଷପଣିଆ ପାଇଁ ଚର୍ଚ୍ଚାରେ ବିଧାୟକ ତାରାପ୍ରସାଦ ବାହିନୀପତି।

ଗତକାଲି ବୋରିଗୁମ୍ମା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଜୟପୁର ଏରୋଡ୍ରମ ନିକଟରେ ଗୋଟିଏ ଓମନି ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇ ପଡିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ବୋରିଗୁମ୍ମା ଯାଉଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏଭଳି ଘଟଣା ଦେଖି ସେ ତୁରନ୍ତ ନିଜ ଗାଡିରେ ବାଇକ୍ ଆରୋହୀଙ୍କୁ ଧରି ଡାକ୍ତରଖାନା ପହଂଚିଥିଲେ।

ଆହତଙ୍କୁ ସେଠାରେ ଭର୍ତ୍ତୀ କରାଇବା ସହ ତାଙ୍କର ଉଚିତ ଚିକିତ୍ସା କରିବା ପାଇଁ କହିଥିଲେ ବିଧାୟକ। ନିଜ କାର୍ଯ୍ୟକ୍ରମରେ ବ୍ୟତିକ୍ରମ କରାଇ ଜଣେ ବ୍ୟକ୍ତିଙ୍କୁ ସେ ଯେଉଁ ଭଳି ଢଙ୍ଗରେ ସହାୟତାର ହାତ ବଢାଇଲେ, ସେଥିପାଇଁ ସେ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାରେ ରହିଛନ୍ତି। ଖୋଲା ମଣିଷ ଭାବେ ପରିଚିତ ତାରା ପ୍ରସାଦ ନିଜ ଅଂଚଳରେ ଭାଲୁ ଭାଇନା ଭାବେ ବେଶ୍ ପରିଚୟ। ସବୁ ବେଳେ ସେ ଅସହାୟଙ୍କ ପାଖରେ ଠିଆ ହୋଇଥାନ୍ତି। ତେଣୁ ଲୋକେ ତାଙ୍କୁ ବେଶ୍ ଭଲ ପାଆନ୍ତି ବୋଲି ସ୍ଥାନୀୟ ଲୋକ କହନ୍ତି।

Comments are closed.