Odisha Link
Bridging the Missing Links in Odisha

ଖୋର୍ଦ୍ଧାରୁ ଉଦ୍ଧାର ହେଲା ଧଳା ଭାଲୁ

ଖୋର୍ଦ୍ଧା: ଖୋର୍ଦ୍ଧା ଯାଁଳାରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ଭାଲୁ। ଗତକାଲି ରାତି ୧୦ଟାରେ ଖୋର୍ଦ୍ଧା ବନ ବିଭାଗ ଏହି ଧଳା ଭାଲୁ ଛୁଆକୁ ଉଦ୍ଧାରକରିଛି। ୨/୩ ମାସର ଏହି ଅଣ୍ଡିରା ଧଳା ଭାଲୁ ଛୁଆଟିକୁ ମା’ ଭାଲୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ଏହି ଧଳା ଭାଲୁ କୁଆଡ଼ୁ ଆସିଲା ବୋଲି ବନ ବିଭାଗ କର୍ମଚାରୀମା‌ନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯାଁଳା ରାଧାମାଧବ କ୍ରିକେଟ୍ ପଡ଼ିଆରେ କିଛି ଯୁବକ ଏହି ଧଳା ଭାଲୁ ଛୁଆଟିକୁ ଦେଖିଥିଲେ। ପ୍ରଥମେ ଯୁବକମାନେ ଭାଲୁକୁ ଏକ ପୋଷା ବିଲାତି କୁକୁର ଭାବିଥିଲେ। ମାତ୍ର ମୋବାଇଲ୍‌ ଲାଇଟ୍‌ ପଡ଼ିବା ପରେ ତାହା ଏକ ଭାଲୁ ଛୁଆ ବୋଲି ଜଣିପାରିଥିଲେ କିନ୍ତୁ ବିଚିତ୍ର କଥା ମୋବାଇଲ୍‌ ଲାଇଟ୍ ପଡ଼ିବା ପରେ ଭାଲୁ ଛୁଆଟି ଯୁବକମାନଙ୍କୁ ନ ଡରି ସେମାନଙ୍କ ପାଖକୁ ଆସିଥିଲା। ଯୁବକମାନେ ଗଙ୍ଗପଡ଼ାର ଜଣେ ସାପ ଧରାଳି ମିଲନ୍ କରଙ୍କ ସହଯୋଗରେ ବନ ବିଭାଗକୁ ଏହି ଖବର ଜଣାଇଥିଲେ।

Comments are closed.