Odisha Link
Bridging the Missing Links in Odisha

୩୮ଗ୍ରାମ୍ ବ୍ରାଉନସୁଗାର ଜବତ

ଜଗତସିଂହପୁର: ଜଗତସିଂହପୁର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ, ପୋଲିସ ଓ ଅବକାରୀ ବିଭାଗ ସ୍ପେଶାଲ ଫ୍ଲାଇଂ ସ୍କ୍ବାଡ୍ ସଦର ଥାନା ଅଞ୍ଚଳରେ ମିଳିତ ଚଢ଼ାଉ କରି ମୋଟ୍ ୩୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।
ଗିରଫ ଦୁଇ ଜଣ ହେଲେ କଲେଜ ଛକ ଅଞ୍ଚଳର ରବୀନ୍ଦ୍ରନାଥ ଭୋଇ ଓ ମାର୍କଣ୍ଡପୁର ଅଂଚଳର ଦୀପକ ଦାସ । ରବୀନ୍ଦ୍ରଙ୍କଠାରୁ ୧୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଦୀପକଙ୍କଠାରୁ ୨୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଦୀପକଠାରୁ ଗତ ୨୦ ଦିନ ତଳେ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ଥିଲା । ସେ ୫ ଦିନ ତଳେ ଜାମିନରେ ଆସି ପୁର୍ନବାର ଏହି ବେପାର କରୁଥିଲା । ତେବେ ଏହି ୩୮ ଗ୍ରାମ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Comments are closed.