Odisha Link
Bridging the Missing Links in Odisha

ହୈାସଲା -୨୦୧୯ର ଚମ୍ପିୟନ ସର୍ବଭାରତୀୟ ଓଡିଶା ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନଙ୍କର ସର୍ବଭାରତୀୟ ପ୍ରତିଯୋଗୀତା ହୈାସଲା-୨୦୧୯ରେ ଓଡିଶା କ୍ରମାଗତ ଦ୍ୱିତୀୟ ଥର ପାଇଁ ଚମ୍ପିୟନ ହୋଇଛନ୍ତି । ବିଗତ ବର୍ଷ ୨୩ଟି ପଦକ ପାଇ ଚମ୍ପିୟନ ହୋଇଥିବା ଓଡିଶା ଦଳ ଚଳିତ ବର୍ଷ ୩୦ଟି ପଦକ ହାସଲ କରିଛି, ଯେଉଁଥିରେ ରହିଛି ୧୪ଟି ସ୍ୱର୍ଣ୍ଣ, ୧୨ଟି ରୈାପ୍ୟ ଓ ୪ଟି କାଂସ୍ୟ ପଦକ । ଓଡିଶା ଦଳର ଏହି ବିଜୟରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିବା ସହିତ ଅଜି କଳିଙ୍ଗ ଷ୍ଟାଡିୟମଠାରେ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ।ସ୍ୱର୍ଣ୍ଣପଦକ ବିଜେତାଙ୍କୁ ବିଜେତାଙ୍କୁ ଟ.୫୦,୦୦୦/-, ରୈାପ୍ୟ ପଦକ ବିଜେତାଙ୍କୁ ଟ. ୩୦,୦୦୦/- ଓ କାଂସ୍ୟ ପଦକ ବିଜେତାଙ୍କୁ ଟ.୨୦,୦୦୦/-ନଗଦ ଅର୍ଥରାଶି ସହିତ ସମ୍ମାନଫଳକ ପ୍ରଦାନ କରାଯାଇଥିଲା ।

ବିଜେତା ମାନଙ୍କ ମଧ୍ୟରେ ରବୀନ୍ଦ୍ର ସିଂ ୧୦୦ ମିଟର ଦୈାଡ (୧୪ ବର୍ଷରୁ କମ୍ ବର୍ଗ)ରେ ରୈାପ୍ୟପଦକ ଏବଂ ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ,ପ୍ରଶାନ୍ତ ଗମାଙ୍ଗ ୧୦୦ ମିଟର ଦୈାଡ ଓ ୨୦୦ ମିଟର ଦୈାଡ(୧୪ ବର୍ଷରୁ କମ୍ ବର୍ଗ)ରେ ୨ଟି ରୈାପ୍ୟପଦକ ଏବଂ ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, ଗୋବିନ୍ଦ ହାଂସଦା(କ) ୧୦୦ ମିଟର ଦୈାଡ (୧୮ ବର୍ଷରୁ କମ୍ ବର୍ଗ)ରେ ରୈାପ୍ୟପଦକ, କୁମାରୀ ନନ୍ଦିନୀ ନାୟକ ୧୦୦ ମିଟର ଓ ୨୦୦ ମିଟର ଦୈାଡ(୧୪ ବର୍ଷରୁ କମ୍ ବର୍ଗ)ରେ ୨ଟି ସ୍ୱର୍ଣ୍ଣ ଏବଂ ୪୦୦ ମିଟର ରିଲେ ଦୈାଡରେ ରୈାପ୍ୟ ପଦକ, କୁମାରୀ ଅର୍ଚ୍ଚିତା ମୁଣ୍ଡା ୧୬ ବର୍ଷରୁ କମ୍ ବର୍ଗର ୧୦୦ ମିଟର ଦୈାଡରେ କାଂସ୍ୟ ଏବଂ ୪୦୦ ମିଟର ରିଲେ ଦୈାଡ ଓ ଉଚ୍ଚଡିଆଁରେ ୨ଟି ସ୍ୱର୍ଣ୍ଣ ପଦକ, କୁମାରୀ ରଞ୍ଜିତା ପାତ୍ର ୧୮ ବର୍ଷରୁ କମ୍ ବର୍ଗର ଲମ୍ବଡିଆଁରେ ସ୍ୱର୍ଣ୍ଣପଦକ, ୧୦୦ ମିଟର ଓ ୨୦୦ ମିଟର ଦୈାଡ ଏବଂ ୪୦୦ ମିଟର ରିଲେ ଦୈାଡରେ ରେ ୩ଟି ରୈାପ୍ୟପଦକ, ବିରାମ ହେମ୍ବ୍ରମ ୧୦୦ ମିଟର ଦୈାଡ(୧୪ ବର୍ଷରୁ କମ୍ ବର୍ଗ) ଏବଂ ୪୦୦ ମିଟର ରିଲେରେ ୨ଟି ସ୍ୱର୍ଣ୍ଣ ପଦକ, ସନ୍ତୋଷ ଦିଶାରୀ ୨୦୦ ମିଟର ଦୈାଡ(୧୮ ବର୍ଷରୁ କମ୍ ବର୍ଗ)ରେ କାଂସ୍ୟପଦକ, ସ୍ୱର୍ଣ୍ଣିମା ଦାଶ ୨୦୦ ମିଟର ଦୈାଡ(୧୬ ବର୍ଷରୁ କମ୍ ବର୍ଗ)ରେ କାଂସ୍ୟପଦକ ଏବଂ ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, ଗୋପାଳ ପାରେଖ ୪୦୦ ମିଟର ରିଲେ ଦୈାଡ(୧୪ ବର୍ଷରୁ କମ୍ ବର୍ଗ)ରେ ସ୍ୱର୍ଣ୍ଣ ପଦକ, ପର୍ଶୁରାମ ରଇତ ୧୪ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣ ପଦକ ଓ ଉଚ୍ଚଡିଆଁରେ ରୈାପ୍ୟପଦକ, ଦୂର୍ଯ୍ୟୋଧନ ବିରୁଆ ୧୬ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡ ଓ ଲମ୍ବଡିଆଁରେ ୨ଟି ସ୍ୱର୍ଣ୍ଣପଦକ, ଭକ୍ତ ମୁର୍ମୁ ୪୦୦ ମିଟର ରିଲେ ଦୈାଡ (୧୬ ବର୍ଷରୁ କମ୍ ବର୍ଗ)ରେ ସ୍ୱର୍ଣ୍ଣପଦକ, କାଳୀଚରଣ ବେଶ୍ରା ୪୦୦ ମିଟର ରିଲେ ଦୈାଡ (୧୬ ବର୍ଷରୁ କମ୍ ବର୍ଗ)ରେ ସ୍ୱର୍ଣ୍ଣପଦକ, କୁମାରୀ କୁନି ମାଢି ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ ଓ ଲମ୍ବଡିଆଁରେ ରୈାପ୍ୟପଦକ, କୁମାରୀ ସୀମା ସିଂ ୧୪ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ଘୁଙ୍ଗୁର ସିଂ ୧୪ ବର୍ଷରୁ କମ୍ବ ର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ବର୍ଷା ସିଂ ୧୪ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ଲେନି ଦିଗାଲ ୧୬ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡ ଓ ଲମ୍ବଡିଆଁରେ ୨ଟି ସ୍ୱର୍ଣ୍ଣପଦକ, କୁମାରୀ ଲକ୍ଷ୍ମୀ ସିଂ ୧୬ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ବିଳାସିନୀ ନାୟକ୧୮ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, କୁମାରୀ ମୋନାଲିସା ଥାନପତି ୧୮ ବର୍ଷରୁ କମ୍ ବର୍ଗର ୪୦୦ ମିଟର ରିଲେ ଦୈାଡରେ ସ୍ୱର୍ଣ୍ଣପଦକ, ଗୋପାଳ ତଙ୍ଗତ ୧୬ ବର୍ଷରୁ କମ୍ ବର୍ଗର୪୦୦ ମିଟର ରିଲେ ଦୈାଡ ଓ ଲମ୍ବଡିଆଁରେ ୨ଟି ସ୍ୱର୍ଣ୍ଣପଦକ, ବଂଟି ମଲ୍ଲିକ ୧୬ ବର୍ଷରୁ କମ୍ ବର୍ଗର ଉଚ୍ଚଡିଆଁରେ ରୈାପ୍ୟପଦକ, ଗୋବିନ୍ଦ ହାଂସଦା(ଖ) ୧୮ ବର୍ଷରୁ କମ୍ ବର୍ଗର ଉଚ୍ଚଡିଆଁରେ ରୈାପ୍ୟପଦକ, କୁମାରୀ ମାହେଶ୍ୱରୀ ରଣା ଚିତ୍ରାଙ୍କନରେ ପ୍ରଥମ ସ୍ଥାନ, ଦୁଖିଆ ମୁର୍ମୁ ଚିତ୍ରାଙ୍କନରେ ଦ୍ୱିତୀୟ ସ୍ଥାନ, ବିଷ୍ଣୁ ବେଶ୍ରା ଚେସ୍ ରେ ପ୍ରଥମ ସ୍ଥାନ, କୁମାରୀ ଅର୍ଚ୍ଚିତା କର ବକ୍ତୃତାରେ ତୃତୀୟ ସ୍ଥାନ ହାସଲ କରି ସ୍ୱକୀୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନଙ୍କର କ୍ରୀଡାପ୍ରତିଭାର ବିକାଶ ଓ ସମ୍ବର୍ଦ୍ଧନା ପାଇଁ ତ୍ରିସ୍ଥରୀୟ ପ୍ରତିଯୋଗୀତାର ଆୟୋଜନ ହୋଇଅଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ ହୈାସଲା ଉତ୍ସବରେ ରାଜ୍ୟର ୨୪୭ଗୋଟି ଶିଶୁଯତ୍ନ ଅନୁଷ୍ଠାନର ୧୦୦୦୦ର ଅଧିକ ଶିଶୁମାନେ ଲମ୍ବଡିଆଁ, ଉଚ୍ଚ ଡିଆଁ, ଫୁଟବଲ୍, ଚେସ୍, ବକ୍ତୃତା, ଚିତ୍ରାଙ୍କନ ଓ ଦୈାଡ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।

ଜିଲ୍ଲାସ୍ତରୀୟ ଉତ୍ସବର ବିଜେତା ମାନେ ଭୁବନେଶ୍ୱରଠାରେ ଅୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଭାଗ ନେଇଥିବା ବେଳେ ରାଜ୍ୟସ୍ତରୀୟ ବିଜେତାମାନେ ନୂଆଦିଲ୍ଲୀଠାରେ ଡିସେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ବିଜୟୀ ଦଳରେ ମାଲ୍କାନାଗିରି, କନ୍ଧମାଳ, କୋରାପୁଟ, ଗଜପତି, ସୁବର୍ଣ୍ଣପୁର, କେଉଁଝର, ବାଲେଶ୍ୱର, ଭଦ୍ରଖ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡାର ୩୯ ଜଣ ଶିଶୁମାନେ ଅର୍ନ୍ତଭୁକ୍ତ ଥିବାବେଳେ ସେମାନଙ୍କ ସହିତ ୫ ଜଣ ଅଧିକାରୀ ଓ କୋଚ୍ ମଧ୍ୟ ଦିଲ୍ଲୀ ଯାତ୍ରା କରିଥିଲେ ।

ଏଥିରେ ୧୫ ଜଣ ଝିଅ ଏବଂ ୨୪ ଜଣ ପୁଅ ଅର୍ନ୍ତଭୁକ୍ତ । ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଖେଳାଳୀ ଦଳକୁ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଆବଶ୍ୟକ ପୋଷାକ ଓ ସରଞ୍ଜାମ ସହିତ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସର ବନ୍ଦୋବସ୍ତ କରାଯାଇଥିଲା । ଉପରୋକ୍ତ ଉତ୍ସବରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଟୁକୁନି ସାହୁ, ମୂଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଭାଗର ଉପଦେଷ୍ଟାଗଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments are closed.