Odisha Link
Bridging the Missing Links in Odisha

ସ୍ବାମୀଙ୍କୁ ହତ୍ୟା ପାଇଁ ଭାବି ସ୍ତ୍ରୀ ଦେଇଥିଲେ ସୁପାରୀ

ନୂଆଦିଲ୍ଲୀ: ପେଶାୱରରେ କିଛି ଦିନ ତଳେ ଜଣେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୃତ ଯୁବକଙ୍କ ନାଁ ରବିନ୍ଦର ସିଂହ ବୋଲି ଚିହ୍ନଟ ଜଣାପଡିଛି। ରବିନ୍ଦର ବିବାହ ନିମନ୍ତେ ମାଲେସିଆରୁ ପାକିସ୍ତାନ ଆସିଥିଲେ। ବିବାହ ପାଇଁ ଜିନିଷପତ୍ର କିଣିବା ପାଇଁ ଯାଇଥିବା ବେଳେ ତାଙ୍କୁ ଜଣେ ଅଜଣା ଯୁବକ ଗୁଳି କର ହତ୍ୟା କରିଥିଲେ। ଏବେ ହତ୍ୟା ପଛର ମାଷ୍ଟରମାଇଣ୍ଡକୁ ଖୋଜି ବାହାର କରିଛି ପାକିସ୍ତାନ ପୁଲିସ। ମାଷ୍ଟରମାଇଣ୍ଡ ଜରକ ଅନ୍ୟ କେହି ନୁହନ୍ତି, ବରଂ ରବିନ୍ଦରଙ୍କ ଭାବିସ୍ତ୍ରୀ। ୭ଲକ୍ଷ ଟଙ୍କା ସୁପାରୀ ଦେଇ ରବିନ୍ଦରଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ ବୋଲି ପୁଲିସ ସୂଚନା ଦେଇଛି।

Comments are closed.