Odisha Link
Bridging the Missing Links in Odisha

କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍

ମୁମ୍ବାଇ: କାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍। ଅଷ୍ଟ୍ରେଲିଆ ସହ ଚଳିତ ମାସରେ ଭାରତ ତିନୋଟି ଦିନିକିଆ ସିରିଜ୍ ଖେଳିବ। ପ୍ରଥମ ମ୍ୟାଚ୍ ଜାନୁଆରୀ ୧୪ ତାରିଖ ଅର୍ଥାତ୍‌ କାଲି ମୁମ୍ବାଇଠାରେ ଖେଳାଯିବ। ଦ୍ବିତୀୟ ମୁକାବିଲା ୧୭ ତାରିଖରେ ରାଜକୋଟ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍‌ ୧୯ ତାରିଖରେ ବେଙ୍ଗାଲୁରୁରେ ହେବ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମୋଟ ୧୩୭ ଦିନିକିଆ ମ୍ୟାଚ୍ ଖେଳି ଥିବାବେଳେ ସେଥିମଧ୍ୟରୁ ମାତ୍ର ୫୦ ମ୍ୟାଚ୍ ଜିତିଥିଲା ଏବଂ ୭୭ ମ୍ୟାଚ୍ ହାରିଛି ଏବଂ ୧୦ ମ୍ୟାଚ୍‌ର ଫଳାଫଳ ମିଳିନାହିଁ। କାଲିର ମ୍ୟାଚ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି।

ଏହି ମ୍ୟାଚ୍‌ରେ ଭାରତୀୟ ଦଳରୁ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପଣ୍ଡେ, କେଦାର ଯାଦବ, ଋଷବ ପନ୍ତ, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ନଭଦୀପ ସୈନି, ଯଶପ୍ରୀତ ବୁମ୍‌ରା, ଶାର୍ଦୁଲ ଠାକୁର, ମହମ୍ମଦ ସାମି ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ଦଳରୁ ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଷ୍ଟନ୍ ଆଗର, ଆଲେକ୍ସ ‌କେରି (ଉପଅଧିନାୟକ), ପ୍ୟାଟ୍ କମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋସ୍ ହାଜେଲଉଡ୍, ମାର୍ନସ ଲବୁସାନେ, କେନ୍ ରିଚାର୍ଡସନ୍, ଡାର୍କି ସଟ୍, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ୍ ୱାର୍ନର, ଆଦାମ ଜାମ୍ପା ଖେଳିବେ।

Comments are closed.