Odisha Link
Bridging the Missing Links in Odisha

ଆଇଏଏସ ବିଜୟଙ୍କ ଜାମିନ ପ୍ରସଙ୍ଗ: ରାୟ ସଂରକ୍ଷିତ ରଖିଲେ କୋର୍ଟ

ଭୁବନେଶ୍ୱର: ଆଇଏଏସ ବିଜୟକେତନ ଉପାଧ୍ୟାୟଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଶୁଣାଣି ଶେଷ କରି ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି। ଲାଞ୍ଚମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ବିଜୟକେତନ ଏବେ ଝାରପଡ଼ା ଜେଲରେ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ନିଆଯାଇଥିବା ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।

ଲାଞ୍ଚ ନେବା ଅଭିଯୋଗରେ ଉଦ୍ୟାନ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ସମେତ ୟେସ ବ୍ୟାଙ୍କର ରିଲେସନସିପ ମ୍ୟାନେଜର ସନ୍ତୋଷ ପଟ୍ଟନାୟକ ଓ ଉଦ୍ୟାନ ବିଭାଗର ୪ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଗିରଫ କରି ପଚରାଉଚୁରା କରୁଥିଲା। ବିଲ ପାସ କରାଇ ଦେବା ପାଇଁ ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟମରେ ଝଜଗ ପ୍ଲାଷ୍ଟୋକେମ୍ ପ୍ରାଇଭେଟ ଲିମିଟେଡର ଅଧିକୃତ ପ୍ରତିନିଧୀଙ୍କଠାରୁ ଲକ୍ଷେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ତେବେ ଭିଜିଲାନ୍ସ ହାତରେ ଧରାପଡିବା ପରେ ବିଜୟ କେତନଙ୍କୁ ମୁଖ୍ୟମନ୍ତ୍ରୀ ଚାକିରୀରୁ ନିଲମ୍ବିତ କରିଥିଲେ।

Comments are closed.