Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି ୮ ଅଷ୍ଟମ ବୈଠକ

ଭୁବନେଶ୍ୱର : ଆଜି ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୮ଙ୍କର ଅଷ୍ଟମ ବୈଠକ ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବଜେଟ୍‌ ଓ କାର୍ଯ୍ୟାବଳୀ ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ କମିଟିର ସଭ୍ୟଙ୍କ ସମେତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.