ଭବାନୀପାଟଣାରେ ଉଦଘାଟିତ ହେଲା ଆଶ୍ରୟସ୍ଥଳୀ

କଳାହାଣ୍ଡି: ଭବାନୀପାଟଣା ପୌର ପରିଷଦ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଉଦଘାଟିତ ହେଲା ୫୦ ଶଯ୍ୟା ବିଶିଷ୍ଟ ଆଶ୍ରୟସ୍ଥଳୀ। ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଉଦ୍ଦ୍ଘାନ କାର୍ଯ୍ୟକ୍ରମରେ ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ସାଂସଦ ବସନ୍ତ ପଣ୍ଡା, ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବରେ ୧୦ ଜଣ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା।