Odisha Link
Bridging the Missing Links in Odisha

କାଜଲଙ୍କ ସର୍ଟ ସିନେମାର ଫାଷ୍ଟ ଲୁକ୍‌

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କାଜଲଙ୍କ ସିନେମା ତାନାଜୀ ବହୁତ ପ୍ରଶଂସା ଲାଭ କରିଛି । ବର୍ତ୍ତମାନ କାଜଲ ଏବେ ସର୍ଟ ସିନେମା ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ସିନେମାଟି ହେଲା ‘ଦେବୀ’ଓ ଏହାର ଫାଷ୍ଟ ପୋଷ୍ଟର ଜାରି କରାଯାଇଛି । ଏହି ପୋଷ୍ଟରରେ କାଜଲଙ୍କ ସହ ଶ୍ରୁତି ହାସନ, ନେହା ଧୁପିଆ, ନିନା କୁଲକର୍ଣ୍ଣି, ମୁକ୍ତା ବାବରେ, ସନ୍ଧ୍ୟା, ରମା ଯୋଶୀ, ଶିବାନୀ ରଘୁବଂଶୀ ଓ ଯଶସ୍ବିନୀ ଦୟାମା ନଜର ଆସିବେ।

ଗୋଟିଏ ଘରେ ରହୁଥିବା ୯ ଜଣ ମହିଳାଙ୍କ କାହାଣୀ ଉପରେ ସିନେମାଟି ଆଧାରିତ ହୋଇଛି । ସମସ୍ତେ ନିଜ ନିଜ ଜୀବନର ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏହାପରେ ବି ସେମାନେ ପରସ୍ପର ମଧ୍ୟରେ ସ୍ପେସ ଶେୟାର କରିବାକୁ ବାଧ୍ୟ ହେଉଛନ୍ତି। ପୋଷ୍ଟରରେ ସେମାନଙ୍କ ମଧ୍ୟରୁ କାହା ମୁହଁରେ ଦୁଃଖ ତ ଆଉ କାହା ମୁହଁରେ ରାଗ ଦେଖିବାକୁ ମିଳିଛି।

Comments are closed.