ଖାକିରେ ଲାଗିଲା ଦାଗ

ପାରାଦ୍ବୀପ: ଖାକିରେ ଲାଗିଲା ଦାଗ। ସି.ଆ.ଏସ୍.ଏଫ. କନଷ୍ଟେବଲ୍ ଏମ୍. କାଣ୍ଡାସ୍ବାମୀଙ୍କ ନାଁରେ ଆସିଛି ସଂଘାତିକ ଅଭିଯୋଗ। ପଡୋଶୀ ଘରର ଝିଅକୁ ଚକୋଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ। ସାଢେ ୪ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସି.ଆ.ଏସ୍.ଏଫ. କନଷ୍ଟେବଲ୍ଙ୍କୁ ଗିରଫ କରିଛି ପାରାଦ୍ବୀପ ଅଭୟଚାନ୍ଦପୁର ପୁଲିସ। ପଡୋଶୀ ଘରର ଝିଅକୁ ଚକୋଲେଟ୍ ଆଶା ଦେଖାଇ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଦୀର୍ଘ ଦୀନରୁ କାଣ୍ଡାସ୍ବାମୀ ନାବଳିକା ସହ ଏପରି ଦୁଷ୍କର୍ମ କରୁଥିଲେ। ନାବାଳିକା ଜଣକ ତାଙ୍କ ମାଙ୍କୁ ଏ ସମ୍ପର୍କରେ କହିବାରୁ ଘଟଣା ସାମ୍ନାକୁ ଆସିଛି। ପୋଲିସ ନାବାଳିକାର ବୟାନ ନେବା ପରେ କନଷ୍ଟେବଲ୍ ଏମ୍. କାଣ୍ଡାସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ କନେଷ୍ଟବଳର ଘର ତାମିଲନାଡୁରେ କିନ୍ତୁ ସେ ସିଆଇଏସଏଫ୍ ବାରାକ୍ରେ ରହୁଥିଲେ। ପୀଡିତାଙ୍କ ବାପା ମଧ୍ୟ ସିଆଇଏସଏଫ୍ ର କନେଷ୍ଟବଳ ଥିବା ବୋଲି ଜଣାପଡିଛି।