Odisha Link
Bridging the Missing Links in Odisha

ଏଣିକି ପଛରେ ବସିଲେ ହେଲମେଟ ବାଧ୍ୟତାମୂଳକ: ମନ୍ତ୍ରୀ

ଭୁବନେଶ୍ୱର: ପୁଣି ଥରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବା ପାଇଁ ଚେତାବନୀ ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ଏଣିକି ବାଇକ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ହେବ। ଏନେଇ ପ୍ରଥମେ ୩ ମାସ ସମୟ ଦିଆଯିବ। ଏହା ପରେ ଯାଞ୍ଚ କଡ଼ାକଡ଼ି କରାଯିବ। ଏଥିରେ ଖିଲାପ କଲେ ଜୋରିମାନା ଆଦାୟ କରାଯିବ। ଦିଲ୍ଲୀରେ ଅନୁଷ୍ଠିତ ସୁରକ୍ଷା ବୈଠକରୁ ଫେରିବା ପରେ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି।
ଏହାଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ବୈଠକରେ ଜୋରିମାନା କୋହଳ ପାଇଁ ଆଲୋଚନା ହୋଇଛି। ତେବେ ଆଇନରେ ପରିବର୍ତ୍ତନ ହୋଇନାହିଁ। ଜୋରିମାନା କୋହଳ ନେଇ ସମ୍ମତି ମିଳିଲେ କମିବ। କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ସେହିପରି ଦୁର୍ଘଟଣା ହ୍ରାସ ପାଇଁ ଏନଏଚ/ ଏସଏଚରେ ମୋବାଇଲ ଭ୍ୟାନ ରହିବ। ପ୍ରତି ୩୦ କିମି ରାସ୍ତାରେ ସ୍ୱତନ୍ତ୍ର ସ୍କ୍ୱାଡ ରହିବ। ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛୁ। ଆର୍ଥିକ ସହାୟତା ମିଳିଲେ ସ୍କ୍ୱାଡ ରଖାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Comments are closed.