Odisha Link
Bridging the Missing Links in Odisha

ଶିକ୍ଷକ ଅଭାବରୁ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଆଠଗଡ଼: କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ମାଳିସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ନରସିଂହପୁର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ଗୋଟିଏ କ୍ଲାସରୁମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଯେଉଁଥି ପାଇଁ ପିଲାଙ୍କ ପାଠ ପଢାରେ ଅନେକ ସମସ୍ୟା ସୃଷ୍ଟି ହେଉଛି।
ଏଭଳି ଶିକ୍ଷାଦାନକୁ ଅଭିଭାବକମାନେ ପ୍ରତିବାଦ କରି ବାରମ୍ବାର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଫଳରେ ଆଜି ବାଧ୍ୟ ହୋଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଯଦି ଆସନ୍ତା ଦୁଇଦିନ ମଧ୍ୟରେ ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ସ୍କୁଲକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି।

Comments are closed.