କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସହୟତା ମାଗିଲେ ଇମ୍ରାନ

ଡାଭୋସ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ-କାଶ୍ମୀର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଅଧୀନକୁ ଆସିଛି। ଯାହା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଭାରତର ଏଭଳି ଶକ୍ତ ପଦକ୍ଷେପ ପରେ କାଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣ ପଶିଛନ୍ତି। କାଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ ସେ ଟ୍ରମ୍ପଙ୍କୁ ନିବେଦନ କରିଛନ୍ତି। ଟ୍ରମ୍ପ ବି ସହାୟତା କରିବା ଲାଗି ପୂର୍ବ ଭଳି ଇଚ୍ଛା ପ୍ରକାଶ କରିଛନ୍ତି।
ସ୍ବିଜରଲାଣ୍ଡର ଡୋଭାସରେ ବିଶ୍ଵା ଆର୍ଥିକ ମଞ୍ଚ ବୈଠକ ଅବସରରେ ଇମ୍ରାନ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସେ କାଶ୍ମୀର ପାଇଁ ସହାୟତା କରିବାକୁ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ। ସାକ୍ଷାତ ପରେ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ, ଆମେ କାଶ୍ମୀର ସହିତ ଅନେକ ମାମଲାରେ ଆଲୋଚନା କରିଛୁ। ଭାରତ-ପାକିସ୍ତାନକୁ ନେଇ କାଶ୍ମୀର ପ୍ରସଙ୍ଗରେ ବିଚାର କରୁଛୁ। ଯଦି ମୁଁ ଏଥିରେ ସହାୟତା କରିପାରିବି, ତେବେ ନିଶ୍ଚୟ କରିବି। ସୂଚନାଯୋଗ୍ୟ, ଟ୍ରମ୍ପ ଏହା ପୂର୍ବରୁ ୨ ଥର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଉଦ୍ୟମ କରିଛନ୍ତି। କିନ୍ତୁ ଭାରତ ପକ୍ଷରୁ ତାହାକୁ ପ୍ରତ୍ୟାଖ୍ୟାନ କରାଯିବା ସହ କାଶ୍ମୀର ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ଅଟ ଏହା ଉପରେ କୌଣସି ୩ୟ ପକ୍ଷ ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ବୋଳି ଭାରତ କହିଆସିିଛି।