Odisha Link
Bridging the Missing Links in Odisha

ସନୀଙ୍କ ସହ କାମ କରିପାରନ୍ତି ଅସୀମ!

ମୁମ୍ବାଇ : ବିଗବସ ୧୩ ର ଫାଇନାଲ ପାଖେଇ ଆସିଲାଣି । ଶୋ’ ଟି ହିଟ ହେବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି । ପ୍ରତିଯୋଗୀ ଆସୀମ ନିଜ ଚରିତ୍ରକୁ ନେଇ ବେଶ୍ ଚର୍ଚ୍ଚା ରହିଛନ୍ତି । ତେବେ ଆସୀମଙ୍କର ରାଗତ କେବେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ଶତ୍ରୁତା ଦେଖିବାକୁ ମିଳିଥାଏ ।

ସୂଚନା ଅନୁଯାୟୀ ବିଗ୍‌ ବସ୍‌ ଘରେ ଥିବା ଅସୀମ ରିୟାଜ ବଲିଉଡର ଏକ ସିନେମା ସାଇନ୍‌ କରିପାରନ୍ତି । ସୂଚନା ମୁତାବକ ନିର୍ଦେଶକ ମହେଶ ଭଟ୍ଟ ନିଜର ଆଗାମୀ ସିନେମା ପାଇଁ ଅସୀମ ରିୟାଜଙ୍କୁ ଫାଇନାଲ କରିବେ। ଏହି ସିନେମାରେ ରିୟାଜଙ୍କ ଅପୋଜିଟରେ ବଲିଉଡର ହଟ୍‌ ଅଭିନେତ୍ରୀ ସନୀ ଲିଓନି ନଜର ଆସିବେ। କିନ୍ତୁ ଏହି ଘଟଣା କେତେ ଦୂର ସତ ଏନେଇ କୌଣସି ସୂଚନା ଜାରି କରାଯାଇନାହିଁ।

ଅସୀମ ଏହା ପୂର୍ବରୁ ସିନେମା ‘ମେ ତେରା ହିରୋ’ ରେ ନଜର ଆସିସାରିଛନ୍ତି । ପ୍ରଥମରୁ ଜଣେ ଭଲ ମଡେଲ ଭାବରେ ପରିଚିତ ଅଛନ୍ତି ଆସୀମ । ସେ ଅନେକ ଗୁଡିଏ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟ ପାଇଁ ମଧ୍ୟ ମଡେଲିଂ କରିଛନ୍ତି।

Comments are closed.