Odisha Link
Bridging the Missing Links in Odisha

ଜୀବନରେ ସଫଳତାର ଯାତ୍ରା ଆଧ୍ୟାତ୍ମିକ ଚେତନାରୁ ଉଦ୍ରେକ ହୁଏ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାମକୃଷ୍ଣ ମଠ ଓ ମିଶନର ଶତବାର୍ଷିକ କାର୍ଯ୍ୟକ୍ରମ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଯୋଗ ଦେଇ କହିଛନ୍ତି ଯେ, ସ୍ବାମୀ ବ୍ରହ୍ମାନନ୍ଦଜୀ ଭୁବନେଶ୍ଵରରେ ଏହି ମିଶନ ପ୍ରତିଷ୍ଠା କରି ଏହାକୁ ଏକ ସୁନ୍ଦର ଆଧ୍ୟାତ୍ମିକ କେନ୍ଦ୍ରରେ ବିକଶିତ କରିଛନ୍ତି। ଏହି ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଶ୍ଵବ୍ୟାପୀ ସାଧୁସନ୍ଥମାନଙ୍କ ପାଇଁ ଏହି ମିଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ରାମକୃଷ୍ଣ ମଠ ଓ ମିଶନର ଶାନ୍ତ ପରିବେଶରେ ଆଧ୍ୟାତ୍ମିକତାର ଜ୍ଞାନ ହାସଲ କରୁଥିବା ରାଜଧାନୀବାସୀଙ୍କ ପାଇଁ ଏହି କେନ୍ଦ୍ର ବରଦାନ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଶ୍ରୀ ରାମକ୍ରିଷ୍ଣ ଏବଂ ସ୍ବାମୀ ବିବେକାନନ୍ଦ ମାନବିକତା ଏବଂ ସେବାକୁ ଆଧାର କରି ଆଧ୍ୟାତ୍ମିତ ଯୁଗର ଶୁଭାରମ୍ଭ କରିଥିଲେ। ସ୍ବାମୀଜୀଙ୍କ ଦ୍ବାରା ଭାରତର ଆଧ୍ୟାତ୍ମିକ ଚେତନାର ଉଦ୍ରେକ ହୋଇଥିଲା, ଯାହା ସ୍ବାଧୀନତା ଆନ୍ଦୋଳନକୁ ଶକ୍ତି ଯୋଗାଇଥିଲା। ପରବର୍ତ୍ତୀ ସମୟରେ ଗାନ୍ଧିଜୀ ଏହାକୁ ଆଗକୁ ନେଇଥିଲେ। ଜୀବନରେ ଯେକୌଣସି ସଫଳତାର ଯାତ୍ରା ଆଧ୍ୟାତ୍ମିକ ଚେତନାର ଉଦ୍ରେକରୁ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.