Odisha Link
Bridging the Missing Links in Odisha

ବଲିଉଡରେ ରାଜନୀତିର ଝଡ଼

ମୁମ୍ବାଇ : ବଲିଉଡର ଅନେକ ସେଲିବ୍ରେଟି ସିନେମା କ୍ୟାରିର ପରେ ରାଜନୀତିରେ ପାଦ ଦେଇଥାନ୍ତି । ଏବେ ବଲିଉଡର ଦୁଇ ଅଭିନେତା ନସିରୁଦ୍ଦିନ୍ ଶାହା ଏବଂ ଅନୁପମ ଖେର ପରସ୍ପରକୁ ଟକ୍କର ଦେବେ । ଏହି ଦୁଇଜଣ କଳାକାର ଏକାସାଙ୍ଗରେ କାମ ବି କରିଛନ୍ତି ।

ଏବେ ରାଜନୀତି ପାଇଁ ପରସ୍ପରର ବିରୋଧି ହୋଇଛନ୍ତି। ଖାଲି ଏତିକି ନୁହେଁ ଅତି ତଳସ୍ତରକୁ ଯାଇ ଦୁହେଁ ପରସ୍ପରକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଅନୁପମ ଖେରଙ୍କୁ ନସିରୁଦ୍ଦିିନ ଶାହା ଏକ ସାକ୍ଷାତକାରରେ ‘ଜୋକର’ ବୋଲି କହିଥିବା ବେଳେ ତାଙ୍କୁ ଜବାବ ଦେଇ ନସିରୁଦ୍ଦିିନ ଶାହାଙ୍କୁ ‘ନିଶାଖୋର’ କହିଛନ୍ତି ଅନୁପମ ଖେର।

ଏହା ପ୍ରଥମେ ନସିରୁଦ୍ଦିିନ ଆରମ୍ଭ କରିଥିଲେ । ଏହା ନାଗରିକତା ସଂଶୋଧନ ଆଇନକୁ ନେଇ ଦୁଇ କଳାକାରଙ୍କ ଭିତରେ ଏଭଳି ବୟାନବାଜି ହୋଇଥିଲା । ମୋଦୀ ସରକାରଙ୍କ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଥିବାରୁ ତାଙ୍କୁ ଜଣେ ଜୋକର ବୋଲି ସମ୍ବୋଧନ କରିିଥିଲେ ନସିରୁଦ୍ଦିନ୍ ଶାହା ।ଅନୁପମ ଖେର ପରେ ଟୁଇଟ୍ ରେ ଏକ ଭିଡିଓ ପୋଷ୍ଟ କରି ଅତି କଠୋର ଶବ୍ଦରେ ଏହାର ଜବାବ ଦେଇଛନ୍ତି । ଭିଡିଓ ରେ ଅନୁପମ ଏହା ବି କହିଛନ୍ତି “ମୋ ରକ୍ତରେ ହିନ୍ଦୁସ୍ଥାନ ରହିଛି ,ଏହା ଆପଣ ଭଲ ଭାବେ ମନେ ରଖନ୍ତୁ ” ।

Comments are closed.