Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଅମୃତସରର ଶିକ୍ଷକ, ତିଆରି କଲେ ୭୧ ହଜାର ଦାନ୍ତଖୁଣ୍ଟାରେ ଜାତୀୟ ପତାକା

ନୂଆଦିଲ୍ଲୀ: ଆଉ ଦିନକ ପରେ ସାରା ଦେଶ ପାଳନ କରିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଏହି ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଅମୃତସରର ଜଣେ ସରକାରୀ ସ୍କୁଲର ଶିକ୍ଷକ ଅଭିନବ ଉପାୟରେ ତିଆରି କରିଛନ୍ତି ଜାତୀୟ ପତାକା। ଏହି ଶିକ୍ଷକ ଜଣକ ହେଉଛନ୍ତି ପଞ୍ଜାବର ବଲଜିନ୍ଦର ସିଂ। ଏହି ପତାକାକୁ ସେ କୌଣସି କପଡ଼ାରେ ନୁହେଁ ବରଂ ୭୧ ହଜାର ଦାନ୍ତଖୁଣ୍ଟାରେ ତିଆରି କରିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେ କହିଛନ୍ତି ଯେ, ‘କିଛି ନୂଆ କରିବା ପାଇଁ ମୁଁ ସର୍ବଦା ଚିନ୍ତା କରୁଥିଲି। ଏଥିପାଇଁ ଦାନ୍ତଖୁଣ୍ଟା ବ୍ୟବହାର କରି ପତାକା ତିଆରି କରିବା ଉପାୟ ମୋ ମୁଣ୍ଡକୁ ଆସିଥିଲା। ମୁଁ ଚାହୁଁଛି ଯେ ଏହି ପତାକା ସବୁଠାରୁ ବଡ଼ ପତାକା ହେବ। ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଏହି ପତାକାକୁ ଉତ୍ତୋଳନ କରାଯିବ।’

ବଲଜିନ୍ଦର କହିଛନ୍ତି, ଦାନ୍ତଖୁଣ୍ଟାରେ ଏପରି ପତାକା ତିଆରି କରିବା ପାଇଁ ବଲଜିନ୍ଦରଙ୍କୁ ୪୦ ଦିନ ସମୟ ଲାଗିଥିଲା। ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଁ ଦାନ୍ତଖୁଣ୍ଟାରେ ତିଆରି କରିଥିବା ପତାକାକୁ ପ୍ରଦର୍ଶନ କରିବି।

Comments are closed.