Odisha Link
Bridging the Missing Links in Odisha

କୋରୋନା ଆତଙ୍କ: ୮୩୦ ଜଣ ଆକ୍ରାନ୍ତ, ୨୬ମୃତ୍ୟୁ

ବେଜିଂ: ଚୀନରେ ଆତଙ୍କ ସୃଷ୍ଟି କରିଛି ‘କରୋନା ଭାଇରସ’। ଶୁକ୍ରବାର ସୁଦ୍ଧା ‘କରୋନା ଭାଇରସ’ରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଉହାନ ସହରରୁ ଏହି ଭୂତାଣୁ ବ୍ୟାପିଥିବା ଜଣାପଡ଼ିବା ପରେ କୌଣସି ନାଗରିକ ସହର ବାହାରକୁ ନ ଯିବା ପାଇଁ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଉହାନ ସହରରେ ୨୫ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୨୦ ଜଣ କେରଳର। ଉହାନ ସହରରେ ୧ କୋଟି ୧୦ ଲକ୍ଷ ନାଗରିକ ରହୁଥିବାବେଳେ ୮୩୦ ଜଣ କୋରୋନା ଭାଇରସରେ ଆକ୍ରାନ୍ତ।

ଏଥିସହ ‘କରୋନା’ ଭାଇରସରେ ୪ ଜଣ ଭାରତୀୟ ନର୍ସ ଆକ୍ରାନ୍ତ ଅଛନ୍ତି। ତେବେ ସମ୍ପୃକ୍ତ ନର୍ସମାନେ ଏବେ ଭାରତରେ ନାହାନ୍ତି। ସେମାନେ ବର୍ତ୍ତମାନ ସାଉଦୀ ଆରବରେ ରହିଛନ୍ତି। ସମସ୍ତଙ୍କୁ ସ୍ବତନ୍ତ୍ର ଅବରଜଭେଶନରେ ରଖାଯାଇଛି। ସୂଚନା ଅନୁସାରେ, ଫିଲିପାଇନ୍ସର କରୋନା ଭାଇରସରେ ଆକ୍ରାନ୍ତ ଜଣେ ରୋଗୀଙ୍କ ଚିକିତ୍ସା କରିବା ସମୟରେ ନର୍ସ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଉହାନ ସହରରେ ଫଶିଥିବା ୨୫ ଛାତ୍ରଛାତ୍ରୀ ମାନେ କୁନମିଙ୍ଗ ବିମାନବନ୍ଦରରୁ ବିମାନ ଯୋଗେ କୋଲକାତା ଫେରିବାକୁ ଯୋଜନା କରୁଛନ୍ତି। ଚୀନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚୀନରେ ରହୁଥିବା ଭାରତୀୟମାନଙ୍କ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି।

ଏହି ‘କରୋନା ଭାଇରସ’ ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷଙ୍କୁ ବ୍ୟାପିଛି ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ କହାଯାଇଛି । ଏହି ଭୂତାଣୁ ସାପଠାରୁ ବ୍ୟାପିଥିବା ଜଣାପଡ଼ିଛି। ସାପଠାରୁ ଏହି ଭୂତାଣୁ ଲୋକଙ୍କ ମଧ୍ୟରେ ସଂକ୍ରମିତ ହୋଇଛି। ସାପ କାମୁଡ଼ିଛି ବୋଲି ଏହା ବ୍ୟାପି ନାହିଁ, ବରଂ ସାପ ଖାଇବା ହେତୁ ଏହି ଭୂତାଣୁ ବ୍ୟାପିଛି। ବାଦୁଡ଼ିଠାରୁ ବ୍ୟାପୁଥିବା ସାର୍‌ସ(ସିଭିୟର ଆକ୍ୟୁଟ ରେସ୍ପିରେଟୋରୀ ସିଂଡ୍ରୋମ) ଭାଇରସ ସାପ ଜରିଆରେ ଲୋକଙ୍କୁ ବ୍ୟାପିଛି। ସାର୍‌ସ ଭାଇରସ ସାପଙ୍କ ଶରୀରକୁ ଯିବା ପରେ ତାହା କରୋନା ଭାଇରସରେ ପରିବର୍ତ୍ତନ ହୋଇଛି। ସାର୍‌ସ ଭାଇରସର ଚିକିତ୍ସା ରହିଛି। କିନ୍ତୁ ସାପ ଶରୀରରେ ଏହା କରୋନା ଭାଇରସରେ ପରିବର୍ତ୍ତନ ହେବା ପରେ ତାହାର କୌଣସି ଚିକିତ୍ସା ପଦ୍ଧତି ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଏଥିରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ଜ୍ଵର ଲାଗି ରହିବା ସହ ନିମୋନିଆ ହୋଇଥାଏ ଏବଂ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ।

Comments are closed.