ନିଆଁରେ ପୋଡ଼ି ବୃଦ୍ଧା ଗୁରୁତର

ତେଲକୋଇ: ନିଆଁ ପୁଇଁବା ସମୟରେ ଲୁଗାରେ ନିଆଁ ଲାଗି ବୃଦ୍ଧା ଗୁରୁତର। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୁଣ୍ଢେଇହତା ଗାଁରେ ଘଟିଛି ଏଭଳି ଘଟଣା। ଡମଣୀ ରାଉତ ନାମ୍ନୀ ଜଣେ ବୃଦ୍ଧା ଚୁଲିରେ ନିଆଁ ପୁଇଁବା ବେଳେ ତାଙ୍କ ଲୁଗା କାନିରେ ନିଆଁ ଲାଗିଯାଇଥିଲା। ସେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ବେଳେ ନିକଟରେ ଥିବା ଲୁଗାପଟାରେ ନିଆଁ ଲାଗି ଯାଇଥିଲା ଏବଂ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୨ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଡମଣୀଙ୍କୁ ତାଙ୍କ ସ୍ୱାମୀ ମୁରଲୀ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।