Odisha Link
Bridging the Missing Links in Odisha

ଗରା ଭିତରେ ପଶି ରହିଥିଲା ଅଢ଼େଇ ବର୍ଷର ଶିଶୁ

ଭୁବନେଶ୍ବର: ଖେଳୁଥିବା ସମୟରେ ଏକ ଷ୍ଟିଲ ଗରା ଭିତରେ ପଶିଗଲା ଅଢେଇ ବର୍ଷର ଶିଶୁ। ସାହି ପଡ଼ିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗରା ଭିତରୁ ପିଲାଟିକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଏ ସଂପର୍କରେ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାୟ ଦେଢ଼ ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମ କରିବା ପରେ କଟର୍ ସାହାର୍ଯ୍ୟରେ ଷ୍ଟିଲ୍ ଗରାକୁ କାଟି ପିଲାଟିକୁ ଉଦ୍ଧାର କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ବାଙ୍କି ବ୍ଲକ ନୂଆଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଗତକାଲି ସଂଧ୍ୟା ସମୟରେ ଏକ ଅଢେଇ ବର୍ଷର ପିଲାଟି ଖେଳୁଥିବା ସମୟରେ ଏକ ଷ୍ଟିଲ୍ ଗରା ଭିତରେ ପଶିଯାଇଥିଲା। କିନ୍ତୁ ଗରା ଭିତରୁ ଆଉ ବାହାରି ପାରିନଥିଲା । ସାହି ପଡିଶା ଯେତେ ଚେଷ୍ଟା କରିଥିଲେ ମଧ୍ୟ ପିଲାଟିର ଅଣ୍ଟା ଗରା ଭିତରେ ଫସି ରହିଥିବାରୁ ସେ ଆଉ ଗରା ଭିତରୁ ବାହାରି ପାରିନଥିଲା। ଶେଷରେ ଏସଂପର୍କରେ ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲା ଆଉ କଟର ସାହାଯ୍ୟରେ କାଟି ପିଲାଟିକୁ ଉଦ୍ଧାର କରିଥିଲା। ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ୍ ରହିଛି ।

Comments are closed.